ଅଭିନବ ଢଙ୍ଗରେ ରାସ୍ତାକୁ ଓହ୍ଲାଇଛି ସୁବାଷ ସଂଗଠନ

କଟକ,(ନାଗରାଜ ନ୍ୟୁଜ):ପ୍ରଥମେ ରାସ୍ତା ରେ ଗଡି ଗଡି ଅଭିନବ ଆନ୍ଦୋଳନ କରିବା ପରେ ଆଜି ପୁଣି ଥରେ ସହର ର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଜାଇକା ର ଅପାରଗତା କୁ ନେଇ ପୁଣି ଏକ ଅଭିନବ ଢଙ୍ଗ ରେ ରାସ୍ତା କୁ ଓହ୍ଲାଇଛି ସୁବାଷ ସଂଗଠନ । ଯାଇକା ,ସିଏମସି ଓ ପୂର୍ତ୍ତ ବିଭାଗ। ଭଳି ୩ ଟି ବିଭାଗ ର ମୃତ ଦେହ କୁ କାନ୍ଧ ରେ ନେଇ ଦାହ କରିଛି ସୁବାଷ ସଂଗଠନ। ତେବେ ଦୁର୍ଗାପୂଜା ପୂର୍ବ ରୁ ରାସ୍ତା ଘାଟ ର ମରାମତି ପାଇଁ ଦୀର୍ଘ ଦିନ ଧରି ସ୍ୱରଉତଳନ କରିବା ସତ୍ତ୍ୱେ କର୍ଣ୍ଣ ପାତ୍ କରୁନି ବିଭାଗ । ଯାହା ପାଇଁ ଏ ଭଳି ଚରମ ନିଷ୍ପତି ନେଇଛନ୍ତି ସଂଗଠନ ର କର୍ମକର୍ତ୍ତା। ଯଦି ଆଗମୀ ଦିନରେ ଏହି ଦିଗରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନନିଆଯାଏ ତେବେ ସଙ୍ଗଠନ ଆହୁରି ତୀବ୍ର ଆନ୍ଦୋଳନର ପନ୍ଥା ଆପଣେଇବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

Leave a Reply

Your email address will not be published.