ଅଘୋଷିତ କବିତା ପ୍ରତିଯୋଗିତାରେ ପ୍ରଥମ ହେଲେ ବାସନ୍ତୀ ଲତା ଜେନା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଚଳିତବର୍ଷ ଅର୍ଥାତ୍ ତା ୩୧/୮/ ୨୨ ରିଖ ବୁଧବାର ଥିଲା ପବିତ୍ର ଗଣେଶ ପୂଜା । ଏହି ଉପଲକ୍ଷେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପ୍, ଫେସବୁକ୍ ଗୃପ୍ ଏବଂ ଆମେ ଭାରତବାସୀ ହ୍ଵାଟ୍ସଆପ୍ ଗୃପକୁ ରାଜ୍ୟର ବିଭିନ୍ନ ଜିଲ୍ଲାର କବି କବୟିତ୍ରୀ ମାନଙ୍କ ଠାରୁ ବହୁ ସୁନ୍ଦର ସୁନ୍ଦର କବିତା ଆସିଥିଲା । ସମସ୍ତଙ୍କ କବିତା ଗୁଡିକ ପ୍ରାୟ ସୁନ୍ଦର ଓ ହୃଦୟସ୍ପର୍ଶୀ ଥିଲା । ଅନୁଷ୍ଠାନ ତରଫରୁ ସେହି କବିତା ଗୁଡିକୁ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନ ଦିଆଯାଇଥିଲା । ଯାହାର ଫଳାଫଳ ପ୍ରକାଶ ପାଇଛି । ଅନୁଷ୍ଠାନର ସମୀକ୍ଷିକା ଦ୍ବୟ ଯଥା- ବାଲେଶ୍ଵର ସ୍ଥିତ ବାଲିଆ ସରସ୍ଵତୀ ଶିଶୁ ମନ୍ଦିରର ଆଚାର୍ଯ୍ୟା ତଥା ସୁ-କବୟିତ୍ରୀ ତାନଶ୍ରୀ ପାଣିଗ୍ରାହୀ ଏବଂ ଯାଜପୁର ଜିଲ୍ଲାର ଗୃହିଣୀ ତଥା ସୁ- କବୟିତ୍ରୀ ସରସ୍ୱତୀ ପଣ୍ଡା ସମସ୍ତ କବିତା ଗୁଡିକୁ ତନ୍ନ ତନ୍ନ କରି ସମୀକ୍ଷା କରିଥିଲେ । ସମୀକ୍ଷିକା ଦ୍ବୟଙ୍କ ସମୀକ୍ଷାରୁ ବାସନ୍ତୀ ଲତା ଜେନାଙ୍କୁ ପ୍ରଥମ ସ୍ଥାନ ମିଳିଛି । ପ୍ରକାଶ ଥାଉକି- ଚଳିତ ବର୍ଷ କେବଳ ପ୍ରଥମ ସ୍ଥାନକୁ ବିଚାରକୁ ନିଆଯାଉଛି । ଅନୁଷ୍ଠାନର ସମୀକ୍ଷକ/ସମୀକ୍ଷିକା ମାନଙ୍କ ସୁନ୍ଦର ସମୀକ୍ଷା ଅନୁଷ୍ଠାନକୁ ଦୁଇପାଦ ଆଗେଇବା ନେବାରେ ସହଯୋଗ କରୁଥିବାରୁ ଅନୁଷ୍ଠାନ କେବେବି ସେମାନଙ୍କୁ ଭୁଲି ପାରିବ ନାହିଁ ।

ଏଥିରେ ସରୋଜିନୀ ଜେନା, ଜଗତସିଂହପୁର, ବାସନ୍ତୀ ଲତା ଜେନା, ଗାନ୍ଧୀନଗର, ନବରଙ୍ଗପୁର, ଚିନ୍ମୟୀ ସାହୁ, ଜଗତସିଂହପୁର, ରଞ୍ଜୁଲତା ପାଢୀ, ସୁନ୍ଦରଗଡ, କବିତା ସାହୁ, କୋରାପୁଟ, ମିନତୀ ଦାଶ, ମୟୂରଭଞ୍ଜ, ହେମନ୍ତ କୁମାର ସାହୁ, କଟକ, ବଳରାମ ଜେନା, ଖୋର୍ଦ୍ଧା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଅନୁଷ୍ଠାନ ୨୦୧୯ ମସିହାରୁ ଅଦ୍ୟାବଧି ସାହିତ୍ୟର ଉନ୍ନତି ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଅଛି । ଅନୁଷ୍ଠାନର କାର୍ଯ୍ୟକ୍ରମ ସବୁବେଳେ ସମସ୍ତଙ୍କ ମନଛୁଆଁ ହୋଇଥାଏ । ଏହାର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସାହିତ୍ୟର ଉନ୍ନତି ପାଇଁ ସଦାସର୍ବଦା ସଂଗ୍ରାମ ଜାରି ରଖିଛନ୍ତି । କବୟିତ୍ରୀ ବାସନ୍ତୀ ଲତା ଜେନାଙ୍କ ସାହିତ୍ୟ ସୃଷ୍ଟିରେ ମୁଗ୍ଧ ହୋଇ ଖଇରା ଜନଜାଗରଣ ମଞ୍ଚର ଜଣେ ସଦସ୍ୟ ଚଳିତ ବର୍ଷ ବାର୍ଷିକ ଉତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଶାଢୀ ପୁରଷ୍କାର ସ୍ବରୂପ ପ୍ରଦାନ କରିବେ ଏବଂ ବାର୍ଷିକ ଉତ୍ସବରେ ଉପସ୍ଥିତ ହୋଇ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ଗ୍ରହଣ କରିବା ନିମନ୍ତେ ପ୍ରଦାନକାରୀ କବୟିତ୍ରୀ ଜେନାଙ୍କୁ ଅନୁରୋଧ କରିଛନ୍ତି । ଏଥିସହିତ ଅଂଶ ଗ୍ରହଣ କରିଥିବା ସମସ୍ତ ସାରସ୍ୱତ ସାରସ୍ୱତ ସାଧକ/ସାଧିକା ମାନଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.