ଖୁଦୁରୁକୁଣି ପୂଜା ଶେଷ

କଟକ,(ନାଗରାଜ ନ୍ୟୁଜ): ଚାଉଳିଆଗଞ୍ଜର ପ୍ରସିଦ୍ଧ ଖୁଦୁରୁକୁଣୀ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଛି।ଚଳିତ ବର୍ଷ ଚାଉଳିଆଗଞ୍ଜ ଅଞ୍ଚଳରେ 20 ରୁ ଉର୍ଦ୍ଧ୍ବ ମଣ୍ଡପରେ ଯାକ ଜମକରେ ଖୁଦୁରୁକୁଣୀ ଯାତ୍ରା ପାଳନ କରାଯାଇଛି।ବିଭିନ୍ନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଛି । ଗତ ଦୁଇ ବର୍ଷ ହେବ ସର୍ବସାଧାରଣ ରେ ପୂଜା ପାଇଁ କଟକଣା ଜାରି କରାଯାଇଥିଲା। ଚଳିତ ବର୍ଷ କଟକଣା ନଥିବାରୁ ମହା ଆଡମ୍ବର ରେ ପୂଜା ଅନୁଷ୍ଠିତ ହୋଇଛି।ତିନି ଦିନ ବ୍ୟାପୀ ପ୍ରସିଦ୍ଧ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଛି। ଆସନ୍ତା 7 ତାରିଖ ବୁଧବାର ଦିନ ଖୁଦୁରୁକୁଣୀ ଙ୍କ ର ଭସାଣି ଅନୁଷ୍ଠିତ ହେବ। ତାଳ ଦଣ୍ଡା ନିକଟରେ କୃତ୍ରିମ ଜଳା ଶ୍ରୟରେ ମୂର୍ତ୍ତି ଗୁଡ଼ିକ ବିସର୍ଜନ କରାଯିବ।ଭସାଣି ଉତ୍ସବ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Leave a Reply

Your email address will not be published.