ବାସ୍କେଟବଲ ଚାମ୍ପିୟନସିପ୍ – ୨୦୨୨ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ବାସ୍କେଟବଲ ସଂଘ , କଟକ ବାସ୍କେଟବଲ ସଂଘ ଓ ଜାଭିୟର ଗ୍ରୁପ୍ ଅଫ୍ ସ୍କୁଲ ର ମିଳିତ ଆନୁକୂଲ୍ୟରେ ଚଳିତ ସେପ୍ଟେମ୍ବର ମାସ ୮ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ୧୩ବର୍ଷରୁ କମ୍ ବାଳକ ଓ ବାଳିକା ଷ୍ଟେଟ୍ ସବ୍ ଜୁନିୟର ଜାଭିୟର କପ୍ ବାସ୍କେଟବଲ ଚାମ୍ପିୟନସିପ୍ – ୨୦୨୨ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଚମ୍ପିୟାନସିପ୍ ଜବାହାରଲାଲ ନେହୁରୁ ଇନଡୋର ଷ୍ଟାଡ଼ିୟମ ଓ ବାରବାଟି ଷ୍ଟାଡ଼ିୟମ୍ ବାସ୍କେଟବଲ୍‌ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲା ଓ କ୍ଲବ୍ ଖେଳାଳି ଅଂଶଗ୍ରହଣ କରିବେ । ଆସୁଥିବା ସମସ୍ତ ଖେଳାଳିଙ୍କ ଲାଗି ବାରବାଟି ଷ୍ଟାଡ଼ିୟମରେ ଓ ଜବାହାରଲା ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ରହିବାର ବ୍ୟବସ୍ଥା କରାଯାଇଛି । ୪ ଦିନ ଧରି ଚାଲିବାକୁ ଥିବା ଏହି ଚମ୍ପିୟାନସିପର ପ୍ରତ୍ୟେକ ମ୍ୟାଚ୍ ସକାଳ ୭ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଥର ଲାଗି ଏଠାରେ ଅନୁଷ୍ଠିତ ଏହି ଚମ୍ପିୟାନସିପ୍‌କୁ ସଫଳ କରିବା ପାଇଁ ଓଡ଼ିଶା ବାସ୍କେଟବଲ ସଂଘ ଓ କଟକ ବାସ୍କେଟବଲ ସଂଘ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଅଛି ।।

Leave a Reply

Your email address will not be published.