ଦେଓଗାଁ ଗ୍ରାମପଞ୍ଚାୟତର ଆୟ ବୃଦ୍ଧି ପାଇଁ ସରପଞ୍ଚ ନେଲେ ପଦକ୍ଷେପ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଦେଓଗାଁ ଗ୍ରାମ ପଞ୍ଚାୟତ କୁ ଦୀର୍ଘ ୨୦ ବର୍ଷ ଧରି ସରକାରଙ୍କ ପକ୍ଷରୁ ପ୍ରାୟ ୨୦ ଏକର ତଇଳ। ଜାଗା କୁ ହସ୍ତାନ୍ତର ହୋଇଥିଲେ ମଧ୍ୟ ବିଗତ ଦିନରେ କୌଣସି ସରପଞ୍ଚ ପଞ୍ଚାୟତ ର ଆୟ ପାଇଁ କୋୖଣସି ପଦକ୍ଷେପ ନେଇନଥିଲେ । ଯାହା ଫଳରେ ଜାଗାଟି ନଟି ଜଙ୍ଗଲ ହୋଇ ପଡିରହିଥିଲା । ନୂତନ ଭାବେ ନିର୍ବାଚିତ ହୋଇଥିବା ଦେଓଗାଁ ସରପଞ୍ଚ ଶ୍ରୀ ବିଜୟ କୁମାର ଦେହୁରୀ ଙ୍କ ଉଦ୍ୟମ କ୍ରମେ ଜାଗାଟିରେ କାଜୁ ବୃକ୍ଷ ରୋପଣ କରି ପଞ୍ଚାୟତ ର ଆୟ ବୃଦ୍ଧି ନିମନ୍ତେ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ମଧ୍ୟ ସରପଞ୍ଚ ଶ୍ରୀ ଦେହୁରୀ ଙ୍କ ଅନୁରୋଧ ରକ୍ଷା କରି ଜିଲ୍ଲା ମୃତ୍ତିକା ସରଂକ୍ଷଣ ବିଭାଗକୁ କାଜୁ ବୃକ୍ଷ ରୋପଣ କରି ୩ ବର୍ଷ ପରେ ପଞ୍ଚାୟତ କୁ ହସ୍ତାନ୍ତର କରିବା ପାଇଁ ଦାୟିତ୍ୱ ଦେଇଥିଲେ।ଫଳରେ ସରପଞ୍ଚ ଶ୍ରୀ ବିଜୟ କୁମାର ଦେହୁରୀ ଏବଂ ୱ।ଡ଼ ସଭ୍ୟା ଶ୍ରୀମତୀ ଅଳକା ମହାନ୍ତି ବୃକ୍ଷ ରୋପଣ କରିଥିଲେ । ଯାହାକି ଆଗାମୀ ଦିନରେ ଏହି କାଜୁ ବଗିଚା ରୁ ପଞ୍ଚାୟତ ର ଲକ୍ଷାଧିକ ଟଙ୍କା ଆୟ ହୋଇପାରିବ ବୋଲି ଶ୍ରୀ ଦେହୁରୀ ଆଶା ପ୍ରକଟ କରିଛନ୍ତି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.