ପୁରୀ,(ନାଗରାଜ ନ୍ୟୁଜ): ସୁଚାନା ଅଧିକାର କର୍ମୀ ସନ୍ତୋଷ ମହାନ୍ତି ଙ୍କ ମରଣାତ୍ମକ ଆକ୍ରମଣ ରେ ସମ୍ପୃକ୍ତ ଛଇତାନ ସରପଞ୍ଚ ରିନା ପ୍ରଧାନ ସମେତ ୬ରୁ ଉର୍ଦ୍ଧ ଅପରାଧୀଙ୍କୁ ପୋଲିସ ସୁରକ୍ଷା ଦେବା ପ୍ରତିବାଦରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଏସପି ଅଫିସ ଘେରାଉ କରାଯାଇ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହିତ ଚାରିଦିନ ମଧ୍ୟରେ ଯଦି ସମସ୍ତ ଅଭିଯୁକ୍ତ ଗିରଫ କରା ନଯାୟେ ତେବେ ଆଗାମୀ September ୧୨ତାରିଖରେ ନବୀନ ନିବାସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏସପି ଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ରେ ଦର୍ଷା ଯାଇଛି ଯେ ଗତ ଅଗଷ୍ଟ 28 ତାରିଖରେ ସନ୍ତୋଷ ମହାନ୍ତି ଙ୍କୁ ମରଣାତ୍ମକ ଆକ୍ରମଣ କରି ରାସ୍ତାରେ ଫିଙ୍ଗି ଦିଆଯାଇଥିଲା। ଉକ୍ତ ଘଟଣାର 10 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅପରାଧୀଙ୍କୁ ଗିରଫ କରିବା ପରିବର୍ତ୍ତେ ବିଜେଡି ନେତା ଙ୍କ ପ୍ରଭାବରେ ପ୍ରଭାବିତ ହୋଇ ସେମାନଙ୍କୁ ସୁରକ୍ଷା ଯୋଗାଉଥିବାରୁ ସୂଚନା ଅଧିକାର କର୍ମୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଅପରାଧୀ ମାନଙ୍କୁ ଗିରଫ କରିବା ପାଇଁ ସଦର ଥାନା ଅଧିକାରୀ ସୁଶାନ୍ତ ବେହେରା ,dsp କିଶୋର ମୁଣ୍ଡୁ, ବାଲିଘାଇ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ନିସଙ୍କ, ସୁରକ୍ଷା ଦେଉଛନ୍ତି ବୋଲି ସେମାନଙ୍କୁ ତଦନ୍ତ ରୁ ହଟାଇ ସ୍ପେସାଲ ସ୍କ୍ୱାର୍ଡ କୁ ଦାୟିତ୍ଵ ଦେବା ପାଇଁ ଏସପି ଙ୍କୁ ନିବେଦନ କରାଯାଇଥିଲା।
ଆଜିର ଘେରାଉ କାର୍ଯ୍ୟର୍କ୍ରମରେ ଆକ୍ରମଣର ଶିକାର ହୋଇଥିବା ସନ୍ତୋଷ ମହାନ୍ତି ଙ୍କ ସମେତ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ପବିତ୍ର ମୋହନ ଦଳାଇ, ଅବିନାଶ ମିଶ୍ର, ଦିବାକର ପ୍ରଧାନ, ନିରଂଜନ ସାହୁ, ବାବିନା ଜେନା, ବଟ ପ୍ରଧାନ, ସୁମିତ୍ରା ବାରିକ, ମୋନିକା ପାଲିକ୍, ଅନିଲ ସାହୁ, ସୁବାଷ ସେଠୀ, ବିକ୍ରମାଦତ୍ତ ପରିଡ଼ା, ଶିତୁ ପୃଷ୍ଠି, ପ୍ରମୁଖ ସୂଚନାଅଧିକାର କର୍ମୀ ଙ୍କ ସମେତ ଶତାଧିକ କର୍ମୀ ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ। ଏସପି sp କନ୍ଵର୍ ଭିସାଲ ସିଂ ବ୍ୟକ୍ତିଗତ ଭାବେ ସନ୍ତୋଷ ମହାନ୍ତି ଙ୍କ ସହିତ ଆଲୋଚନା କରି ସମସ୍ଥ ଘଟଣା କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିଥିଲେ, ଅପରାଧୀଙ୍କୁ ଯଥାଶୀଘ୍ର ଗିରଫ କରାଯିବା ର ପ୍ରତିଶ୍ରୁତି ଦେଇଥିଲେ । ବିକ୍ଷୋଭ ସମୟରେ ସୂଚନା ଅଧିକାର କର୍ମୀଙ୍କ ସହିତ ଟାଉନ ଥାନା ଅଧିକାରୀ ଙ୍କ ଆସୋଭ ନୀୟ ବ୍ୟବହାର କୁ ସୂଚନା ଅଧିକାର କର୍ମୀ ମାନେ ତୀବ୍ର ବିରୋଧ କରିବା ସହିତ ପୋଲିସ ଜନସାଧାରଣ ଙ୍କ କର୍ମଚାରି ଭାବାରେ ସାଧାରଣ ଜନତାଙ୍କୁ ଉଚିତ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ଏଠାରେ ସୂଚନଯୋଗ୍ୟ କି ଓଡ଼ିଶା ସୂଚନା ଅଧିକାର ଅଭିଯାନ ର ଶତାଧିକ କର୍ମୀ ଟାଉନ ହଲ ଠାରୁ ପ୍ରତିବାଦ ଶୋଭାଯାତ୍ରା କରି sp ଙ୍କ କାର୍ଯ୍ୟାଳୟ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ .