ମାଛ ଧରା ଜାଲରେ ପଡିଲା ବିରାଟ ଅଜଗର

କଟକ,(ନାଗରାଜ ନ୍ୟୁଜ): ମାଛ ଧରା ଜାଲରେ ପଡିଲା ବିରାଟ ଅଜଗର । କଟକ ନିଶ୍ଚନ୍ତକୋଇଲି କେନ୍ଦୁପାଟଣା ଗାଁରୁ ଏହି ଅଜଗର ଉଦ୍ଧାର ହୋଇଛି । ମାଛ ଧରିବା ପାଇଁ କେନ୍ଦୁପାଟଣା ନିକଟ ନଦୀ ପଠାରେ ମାନସ ବେହେରା ନାମକ ବ୍ୟକ୍ତି ଜାଲ ବିଛାଇ ଥିବା ବେଳେ ଏହି ଅଜଗର ସାପ ଟି ଜାଲ ରେ ପଡ଼ିଥିବାର ଦେଖି ମାନସ ଗାଁ ଲୋକଙ୍କୁ ଡାକି ପକାଇଥିଲେ । ସମସ୍ତେ ମିଳି ମିଶି ଜାଲରୁ ଏହି ଅଜଗର କୁ ଉଦ୍ଧାର କରି ବନ ବିଭାଗ କୁ ଖବର ଦେଇଥିଲେ । ବନ ବିଭାଗ ପହଞ୍ଚି 6ଫୁଟ ଲମ୍ବ ଓ 14 କିଲୋ ଓଜନ ର ଅଜଗର କୁ ଜଙ୍ଗଲ ରେ ଛାଡ଼ିବାକୁ ନେଇଥିଲେ । ତେବେ ପ୍ରଥମ ଥର ଗାଁ ରେ ଏଭଳି ଅଜଗର ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ଲାଗିଥିଲା ।

Leave a Reply

Your email address will not be published.