ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ ଘୋଷଣା, ପ୍ରଥମ ସ୍ଥାନରେ ନବରଙ୍ଗପୁର

ବାଲେଶ୍ୱର,(ନାଗରାଜ ନ୍ୟୁଜ)ପବିତ୍ର ଗୁରୁ ଦିବସରେ(୦୫/୯/୨୨) ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପକୁ ବିଭିନ୍ନ ଜିଲ୍ଲାର କବି କବୟିତ୍ରୀ ମାନଙ୍କ ଠାରୁ ବହୁତ ସୁନ୍ଦର ସୁନ୍ଦର କବିତା ଆସିଥିଲା । ସେହି କବିତା ଗୁଡିକୁ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନିତ କରାଯାଇଥିଲା । ଯାହାର ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ କବୟିତ୍ରୀ ବାସନ୍ତୀ ଲତା ଜେନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ କବିତା ଗୁଡିକୁ କବୟିତ୍ରୀ ମମତାମୟୀ ବିଶ୍ବକଲ୍ଯାଣୀ ରାଉତ, ତାନଶ୍ରୀ ପାଣିଗ୍ରାହୀ ଏବଂ କବି ନାରାୟଣ ଚନ୍ଦ୍ର ସେନାପତି ସମୀକ୍ଷା କରିଥିଲେ । ଉକ୍ତ ତିନି ଜଣଙ୍କ ସମୀକ୍ଷାରେ କବୟିତ୍ରୀ ବାସନ୍ତୀ ଲତା ଜେନାଙ୍କୁ ପ୍ରଥମ ସ୍ଥାନ ମିଳିଛି । କବୟିତ୍ରୀ ଜେନାଙ୍କ ଜନ୍ମ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କବର ଗ୍ରାମରେ । କିନ୍ତୁ ବର୍ତ୍ତମାନ ସେ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ଗୃହକର୍ମ ଓ ଚାକିରୀ ସହିତ ସାହିତ୍ୟ ସାଧନା ଜାରି ରଖିଛନ୍ତି । ସୁନ୍ଦର ଓ ଶିକ୍ଷଣୀୟ ଗଳ୍ପ, ପ୍ରବନ୍ଧ ଓ କବିତା ଲେଖି ସାହିତ୍ୟ ଜଗତର ପରିଚୟ ସୃଷ୍ଟି କରିଚାଲିଛନ୍ତି । ତେଣୁ ଗୁରୁ ଦିବସରେ ତାଙ୍କର କବିତାଟି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ତରଫରୁ ତାଙ୍କୁ ” ଗୁରୁ ଗୌରବ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ସମ୍ମାନ-୨୨ ” ପ୍ରଦାନ କରାଯାଇଛି । ଚଳିତ ବର୍ଷ ଡିସେମ୍ବର ୨୫ ତାରିଖରେ ଅନୁଷ୍ଠିତ ତୃତୀୟ ବାର୍ଷିକ ଉତ୍ସବରେ କବୟିତ୍ରୀ ଜେନାଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଉକ୍ତ ସମ୍ମାନ ପ୍ରଦାନ କରାଯିବ । ଆଶାକରେ ଉପସ୍ଥିତ ହୋଇ ନିଶ୍ଚୟ ଗ୍ରହଣ କରିବା ହେଵେ । ପ୍ରକାଶ ଥାଉକି – ଚଳିତ ବର୍ଷ କେବଳ ପ୍ରଥମ ସ୍ଥାନକୁ ଅଗ୍ରାଧିକାର ଦିଆଯାଉଛି । ତେଣୁ କବୟିତ୍ରୀ ଜେନାଙ୍କ ଭଳି ପ୍ରଥମ ସ୍ଥାନ ଅଧିକାର ପାଇଁ ସାହିତ୍ୟ ସାଧନା ଜାରି ରଖନ୍ତୁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ଅଂଶ ଗ୍ରହଣକାରୀ ମାନଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published.