କଟକରେ ବଢୁଛି ବ୍ରାଉନସୁଗାର ବ୍ୟବସାୟ

କଟକ,(ନାଗରାଜ ନ୍ୟୁଜ): କଟକରେ ବଢୁଛି ବ୍ରାଉନ ସୁଗାର ବ୍ୟବସାୟ । ପୂର୍ବରୁ ଗଞ୍ଜେଇ ଚାଲାଣ ର ଠିକଣା ପଲଟିଥିବା କଟକ ଏବେ ବ୍ରାଉନ ସୁଗାର ମୁଁହା । ତେବେ ଆଜି ମଧ୍ୟ କଟକରୁ ବିପୁଳ ପରିମାଣ ର ବ୍ରାଉନ ସୁଗାର ଜବତ କରିଛି ଜିଲା ଅବକାରୀ ବିଭାଗ। ୩୦୭ ଗ୍ରାମ ବ୍ରାଉନ ସୁଗାର, ଯାହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ହେବ ବୋଲି କହିଛନ୍ତି ଜିଲା ଅବକାରୀ ଅଧିକ୍ଷକଏହି ମାମଲା ରେ ଦୁଇ ଜଣଙ୍କୁ ଗିରଫ କରିଛି ବିଭାଗ। । ଉଭୟଙ୍କୁ ନିଆଳି ସିଥଳ ଅଞ୍ଚଳରୁ ଜବତ କରିଛି ସ୍କ୍ୱାର୍ଡ। ଗିରଫ ଅଭିଯୁକ୍ତ ଆଲୋକ ଓ ପ୍ରଦୀପ ସ୍ଥାନୀୟ ନିଆଳି ଅଞ୍ଚଳ ର ବୋଲି ଜଣାପଡିଛି। । ତେବେ ବାଲେଶ୍ଵରରୁ କଟକ ଚାଲାଣ ହୋଇଥିଲା ଏହି ଜବତ ଧଳା ଜହର। କଟକ ଗ୍ରାମାଞ୍ଚଳର ଅବକାରୀ ଟିମ ର ସ୍ୱତନ୍ତ୍ର ଯୋଜନା ପରେ ଏହି ଦୁଇ ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି ବିଭାଗ। ତେବେ ଏହି ଦିଗରେ ଆହୁରି ତଦନ୍ତ ଜାରି ରହିବା ସହ ଉଭୟ ଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।

Leave a Reply

Your email address will not be published.