ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିବ: ସାକ୍ଷରତା ହାର ବୃଦ୍ଧି ଦ୍ୱାରା ହିଁ ସମାଜର ବିକାଶ ସମ୍ଭବ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ୟୁଥ ହଷ୍ଟେଲରେ ଏନଏଫ ଟାଇମ୍ସ ଓ ନେହେରୁ ଯୁବ କେନ୍ଦ୍ର ସଂଗଠନ ପୁରୀର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ସାକ୍ଷରତା ବୃଦ୍ଧି ହାର ଦ୍ୱାରା ହିଁ ସମାଜର ବିକାଶ ସମ୍ଭବ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ମତ ରଖିଥିଲେ । ଲୋକେ ସାକ୍ଷରତା ହେବା ଦ୍ୱାରା ନିଜ ଅଧିକାର ସାବ୍ୟସ୍ତ କରିବା ସହ ସ୍ୱାବଲମ୍ବୀ ହୋଇପାରିବେ । ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ସମ୍ଭବପର ହୋଇପାରିବ ବୋଲି ଅତିଥିମାନେ କହିଥିଲେ । ପୁରୀ ଜିଲ୍ଲାପାଳ ସାମର୍ଥ ବର୍ମା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦଘାଟନ କରିଥିଲେ । ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସମ୍ପାଦକ ଓ କବି ମାନସ ମହାପାତ୍ର, ବରିଷ୍ଠ ସାମ୍ବାଦିକ ସୁନୀଲ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏନୱାଇକେଏସ ପୁରୀର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଯୋଶୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଏନଏଫ ଟାଇମ୍ସ ଓ ଉତ୍କଳମେଲର ମୁଖ୍ୟ ସମ୍ପାଦକ ପୀତବାସ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏଥିସହ କାର୍ଯ୍ୟକ୍ରମର ଆୟୋଜନ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ବିବେକ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାହିତ୍ୟ, ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରଦ୍ଧାଞ୍ଜଳୀ କାନୁନଗୋ, ସୌଭାଗ୍ୟ ପଟ୍ଟନାୟକ, ଶୈଳବାଳା ମହାପାତ୍ର, ମମତା ମିଶ୍ର, ମଞ୍ଜୁଳା ମିଶ୍ର, କ୍ରିଷ୍ଣା ମହାପାତ୍ର, ନିର୍ମଳା ଫତେସିଂ, ଭାବନା ଭୂୟାଁ, ସୁଜାତା ସିଂ ସମତେ ଅନ୍ୟମାନଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଶ୍ୟାମ ପ୍ରକାଶ ସେନାପତି ସଂଯୋଜନା କରିଥିଲେ । ଆଲୋଚନା ଚକ୍ର ସହ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ସୁଦୀପ୍ତା ମିଶ୍ର, ସୁଚିତ୍ରା ରଥ, ବିଚିତ୍ରା ଦାସ, ଉମାକାନ୍ତ ମହାପାତ୍ର, ସନ୍ୟାସୀ ନାୟକ, ଆଲୋକ ପ୍ରଧାନ ସମେତ ଅନ୍ୟମାନେ କବିତା ପାଠ କରିଥିଲେ । ଶେଷର ପୁରୀ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତୃଷ୍ଠ ସାମ୍ବାଦିକତା ପାଇଁ ବିବେକ ଦାସ ଓ ବିଶ୍ୱମିତ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published.