କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧନ ଗବେଷଣା କେନ୍ଦ୍ର ଠାରେ ଉଦ୍ୟୋଗୀ ବିକାଶ ମାଧ୍ୟମରେ ମହିଳା ଗୋଷ୍ଠୀକୁ ସଶକ୍ତି କରଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା,ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ର ସେ ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରାୟ 300ରୁ ଉର୍ଦ୍ଧ୍ବ ମହିଳା ଏହି କର୍ମଶାଳାରେ ଯୋଗଦେଇଥିଲେ। ଏହି କାର୍ଯ୍ୟ କ୍ରମକୁ ରାଜ୍ୟର ଆଇନ ଅନୁସୂଚିତ ଜାତି ଓ ଜନ ଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ରାଜ୍ୟର ଆର୍ଥିକ ମାନ ଦଣ୍ଡକୁ ସୁରକ୍ଷିତ କରି ପାରିଛନ୍ତି। ଉପେକ୍ଷିତ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କ ଉନ୍ନତି ଦିଗରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଆରୋପ କରିଥିଲେ।ସମ୍ମାନିତ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ଅତୀତର ନାରୀ ଏବଂ ବର୍ତ୍ତମାନର ନାରୀ ମଧ୍ୟରେ ବହୁ ପରିବର୍ତ୍ତନ ଘଟିଛି।ବର୍ତ୍ତମାନର ନାରୀ ମାନେ ଦୁଇ ପଇସା ରୋଜଗାର କରିବାର ମନୋବୃତିକୁ ଆପନାଇଲେଣି।ସରକାରଙ୍କର ବିଭିନ୍ନ ଯୋଜନାରେ ଶତକଡା 50 ଭାଗ ମହିଳା ମାନେ ଅଂଶ ଗ୍ରହଣ କରୁଥିବାର ଦେଖା ଯାଉଛି। କାର୍ଯ୍ୟ କ୍ରମରେ ଅଧ୍ୟକ୍ଷତା କରି ଅନୁଷ୍ଠାନର ନିର୍ଦେଶକ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ର କର୍ମଶାଳା ଓ ମହିଳା ସଶକ୍ତିକରଣ ଉପରେ ସବିଶେଷ ସୂଚନା ପ୍ରଦାନ ସହିତ ପ୍ରତ୍ୟେକ ପରିବାର ପୃଷ୍ଟିକର ଖାଦ୍ୟ ତଥା ଆର୍ଥିକ ନିରାପତ୍ତା ନିଶ୍ଚିତ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶ୍ରିମୟୀ ସ୍ୱେତାସ୍ନିଗ୍ଧା ମିଶ୍ର,ବୈଜ୍ଞାନିକ ଜି. ଏ. କେ. କୁମାର, ବୈଜ୍ଞାନିକ ବି. ମଣ୍ଡଳ ପ୍ରମୁଖ ଯୋଗ ଦେଇ ଉଦ୍ୟୋଗ ବିକାଶ ମାଧ୍ୟମରେ ମହିଳା ଗୋଷ୍ଠୀକୁ ସଶକ୍ତ କରିବା ଉପରେ କହିଥିଲେ।ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।