ରଥ ସେବକଙ୍କୁ ମିଳିବ କଳାକାରର ମାନ୍ୟତା

ପୁରୀ,(ନାଗରାଜ ନ୍ୟୁଜ): କେନ୍ଦ୍ର ସରକାର ଏଣିକି ରଥ ସେବକଙ୍କୁ ଦେବେ କଳାକାରର ମାନ୍ୟତା। ସେମାନଙ୍କୁ କେନ୍ଦ୍ର ଯୋଜନାର ସମସ୍ତ ସୁବିଧା ସୁଯୋଗ ମିଳିବ। ସେହିଭଳି ରଥ ସେବକ ମାନଙ୍କ ପାଇଁ ଶ୍ରମିକ କାର୍ଡ, ସ୍ୱାସ୍ଥ୍ୟ କାର୍ଡ, ସେମାନଙ୍କ ସନ୍ତାନଙ୍କୁ ଉଚ୍ଚ ଶିକ୍ଷା ଓ ଯୋଗ୍ୟତା ଭିତ୍ତି ରେ କର୍ମ ସଂସ୍ଥାନ ଦେବାକୁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାର ଙ୍କୁ ସୁପାରିଶ କରିବ ବୋଲି ଘୋଷଣା ହେଇଛି।ଶ୍ରୀ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଦ୍ଵିତୀୟ ବିଶ୍ଵ ନିୟନ୍ତାଙ୍କ ରଥ- ବିଶ୍ୱକର୍ମା ଉତ୍ସବରେ ରାଜ୍ୟ , ଯୁବ ସେବା ଓ ପ୍ରଯୁକ୍ତି ବିଦ୍ୟାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ହସ୍ତଶିଳ୍ପ ବିଭାଗର ସହ ନିର୍ଦ୍ଧେଶକ ଅଶୋକ କୁମାର ହୋତା, ଲୋକ ସେବକ ମଣ୍ଡଳର ପ୍ରମୁଖ ଡକ୍ଟର ପ୍ରଭାସ ଆଚାର୍ଯ୍ୟ, ଶିକ୍ଷାବିତ ହରେକୃଷ୍ଣ ଶତପଥୀ, ବିଶିଷ୍ଟ ସ୍ତମ୍ଭକାର ବଦ୍ରୀ ମିଶ୍ର, ଜୀବନ ବିନ୍ଦୁ ର ପ୍ରମୁଖ ଶୁଭାଶିଷ ଖୁଣ୍ଟିଆ, ପ୍ରାକ୍ତନ ପୌରପାଳ ଗୌରହରି ପ୍ରଧାନ, ସାମ୍ବାଦିକ ମଧୁସୂଦନ ମିଶ୍ର, ପ୍ରଦ୍ୟୁମ୍ନ ସାଠୁଆ, ହେକ୍ଟର ମିଶ୍ର, ମନୋଜ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନ ର ସମ୍ପାଦକ ରାଜେଶ କୁମାର ମହାନ୍ତି ଙ୍କ ପରିଚାଳନା ରେ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଅଜିତ ପ୍ରସାଦ ମହାପାତ୍ର, ସରୋଜ ପ୍ରଧାନ, ସ୍ମୃତି ରଞ୍ଜନ ସାହୁ, ଜିତେନ୍ଦ୍ର କୁମାର ମହାନ୍ତି, ଅରୁଣ ପାଣିଗ୍ରାହୀ ଙ୍କ ସମେତ ୩୪ ଜଣ ପ୍ରଶାସକ ଓ ବିଜୟ ମହାପାତ୍ର, କୃଷ୍ଣ ମହାରଣା, ରବି ଭୋଇ, କାର୍ତ୍ତିକ ଭୋଇଙ୍କ ସମେତ ୬୪ ଜଣ ରଥ ସେବକଙ୍କୁ ମନ୍ତ୍ରୀ ଓ ବିଧାୟକ ସମ୍ବୋଧିତ କରିଥିଲେ। ଶ୍ରୀ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ସମସ୍ତ ରଥ ସେବକଙ୍କ ପରିବାରଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ର ବୀମା ସହିତ ଉପଢୌକନ ଓ ତୈଳ ଚିତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଶ୍ୟାମ ପ୍ରକାଶ ସେନାପତି ଓ ବିଶ୍ୱନାଥ ମିଶ୍ର ସଂଯୋଜନା କରିଥିବା ବେଳେ, ପରିଚାଳନା ରେ ସହଯୋଗ କରିଥିଲେ ରାକେଶ କୁମାର ସାହୁ, ନାରାୟଣ ପାତ୍ର, ଦାମୋଦର ଶତପଥୀ, ସଂଗ୍ରାମ କାନୁନ ଗୋ, ଦେବେନ୍ଦ୍ର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଓଝା, ବିଦ୍ରୋହ ସିଂ ଓ ସତ୍ୟବ୍ରତ ଦାସ। ଆଗାମୀ ବର୍ଷ ରଥଯାତ୍ରା ପରେ ପରେ ଏହି କାର୍ଯ୍ୟକ୍ରମ କୁ ବ୍ୟାପକ ଭାବେ କରାଯିବ ବୋଲି ସମ୍ପାଦକ ରାଜେଶ କୁମାର ମହାନ୍ତି ଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published.