ଦୁଇଜଣ ଔଷଧ ବ୍ୟବସାୟୀ ଗିରଫ

କଟକ,(ନାଗରାଜ ନ୍ୟୁଜ): ନକଲି ଔଷଧ କାରବାର ରେ ସଂପୃକ୍ତ ମାଣିକଘୋଷ ବଜାର ଅଞ୍ଚଳର ଦୁଇଜଣ ଔଷଧ ବ୍ୟବସାୟୀ ରାହୁଲ କ୍ୟାଲ,ଏବଂ ସଞ୍ଜୟ ଜଲାନ୍ ଉଭୟଙ୍କୁ ପଚରା ଉଚରା ପରେ ଗିରଫ କରାଯାଇଛି।ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ପଚରା ଉଚରା ବେଳେ ପୋଲିସ ନକଲି ଔଷଧ କାରବାର ସଂପର୍କ ରେ ବହୁ ତଥ୍ୟ ହାସଲ କରିଛି। ଉଭୟଙ୍କୁ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ଅଣାଯିବ ଯେଉଁଠାରୁ ନକଲି ଔଷଧ ଆଣି କଟକରେ ବ୍ୟବସାୟ କରୁଛି ସେମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ। ଏଥି ପାଇଁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ଡିସିପି ଶ୍ରୀ ପିନାକ ମିଶ୍ର ଆଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେ ଗତ ତିନିଦିନ ପୂର୍ବେ ଡ୍ରଗ ଇନ୍ସପେକ୍ଟର ଦୁଇ ଜଣ ବ୍ୟବସାୟୀ ନକଲି ଔଷଧ କାରବାର କରୁଛନ୍ତି ବୋଲି ପୁରୀଘାଟ ଥାନାରେ ଲିଖିତ ଏଫ୍ ଆୟାର ଦେଇଥିଲେ।ଡ୍ରଗ ଇନ୍ସପେକ୍ଟର ଙ୍କ ଅଭିଯୋଗ ପାଇବାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦୁଇ ଜଣ ବ୍ୟବସାୟୀ ଫେରାର ହୋଇଯାଇଥିଲେ।ଗତକାଲି ଉଭୟ ବ୍ୟବସାୟୀ ପୁରୀଘାଟ ଥାନାରେ ଆତ୍ମ ସମର୍ପଣ କରିଥିଲେ।ଆତ୍ମ ସମର୍ପଣ ପରେ ପୋଲିସ ନକଲି ଔଷଧ ସମ୍ପର୍କ ରେ ପଚରା ଉଚରା କରିଥିଲେ।ପଚରା ଉଚରା ବେଳେ ନକଲି ଔଷଧ କାରବାର ବିଷୟରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବାପରେ ଗତକାଲି ରାତିରେ ଉଭୟଙ୍କୁ ଗିରଫ କରାଯାଇଥିଲା।ପୋଲିସ ର ଏକ ଟିମ୍ ରାଜ୍ୟ ବାହାରକୁ ଯାଇ ନକଲି ଔଷଧ ସଂପର୍କ ରେ ଅଧିକ ତଥ୍ୟ ସଂଗ୍ରହ କରିବ।

Leave a Reply

Your email address will not be published.