ମୃତଦେହ ଉଦ୍ଧାର

କଟକ, (ନାଗରାଜ ନ୍ୟୁଜ): ଲାଲବାଗ ଥାନା ଅନ୍ତର୍ଗତ ନିମଚଉଡି ଅଞ୍ଚଳର ଧନଞ୍ଜୟ ପ୍ରଧାନ । ସେ ଗତକାଲି ଅପରାହ୍ନ ଠାରୁ ନୀଜ ଘରୁ ନିଖୋଜ ଥିବା ବେଳେ ଆଜି ଅପରାହ୍ନ ରେ କଟକ ଜୋବ୍ରା ପୋଲ ର ୧୦ ନଂ ଗେଟ୍ର ଉପର ପାଖରେ ପାଣିରେ ଭାସୁଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଜଗତପୁର ପୋଲିସ କୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ୍ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। କିଛି ସମୟ ପରେ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ର କର୍ମଚାରୀ ପ‌ହଞ୍ଚି ଧନଞ୍ଜୟ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଜଗତପୁର ପୋଲିସ ମୃତ ଦେହ କୁ କଟକ ବଡ଼ ମେଡ଼ିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଆତ୍ମହତ୍ୟା ର କାରଣ ସମ୍ପର୍କରେ ଅନୁସନ୍ଧାନ ଜାରୀ ରଖିଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave a Reply

Your email address will not be published.