ଇଲେକ୍ଟ୍ରିକ୍‌ ବାଇକ୍‌ ସୋ’ ରୁମ୍‌ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୮ ମୃତ, ସେଥିରେ ଦମ୍ପତି

ସିକନ୍ଦରାବାଦ ଠାରେ ସୋମବାର ରାତିରେ ଇଲେକ୍ଟ୍ରିକ୍‌ ବାଇକ୍‌ ସୋ’ ରୁମ୍‌ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ଦମ୍ପତି ମଧ୍ୟ ଥିବା ନେଇ ସୂଚନା ମିଳିଛି। ମୃତ ଦମ୍ପତି କଟକ କାଫଲାବଜାରର ଚନ୍ଦନ ଜେଠୀ ଓ ସ୍ତ୍ରୀ ମିତାଲି ମହାପାତ୍ର ଜେଠୀ ବୋଲି ଜଣାପଡ଼ିଛି। ଉଭୟ ବର୍ଷେ ତଳେ ବିବାହ କରିଥିଲେ। ସେମାନେ ବେଙ୍ଗାଲୁରୁରେ ରହୁଥିଲେ। ଉଭୟ ଟ୍ରେନିଂ ପାଇଁ ସିକନ୍ଦରାବାଦ ଯାଇ ସେଠାରେ ଏକ ଲଜ୍‌ରେ ଥିବାବେଳେ ନିଆଁ ଲାଗି ଏହି ଭଳି ଘଟଣା ଘଟିଛି।

Leave a Reply

Your email address will not be published.