ସାଇବର ଠକାମୀର ଶିକାର ହେଲେ ଯୁବତୀ

କଟକ,(ନାଗରାଜ ନ୍ୟୁଜ): ସାଇବର ଠକାମୀ ର ଶିକାର ହେଲେ କଟକର ଜଣେ ଯୁବତୀ। ବିବାହ ପ୍ରତିଶ୍ରୁତି ଦେଇ 6 ଲକ୍ଷ ଟଙ୍କା ଲୁଟିନେଲା ସାଇବର ଲୁଟେରା। ଏମିତି ଏକ ଘଟଣା ଘଟିଛି କଟକ ବିଡାନାସୀ ଅଞ୍ଚଳରେ ଜଣେ ଯୁବତୀଙ୍କ କ୍ଷେତ୍ରରେ । ଗତ କିଛି ମାସ ହେବ ଯୁବତୀ ଜଣକ ସ୍କଟ ଲ୍ୟାଣ୍ଡ ର ଜଣେ ଯୁବକ ଅହମଦ ଦାନିଏଲ୍ ଙ୍କ ସହ Instagram ରେ ସଂସ୍ପର୍ଶରେ ଆସିଥିଲେ। ଏହାପରେ ତାଙ୍କ ସହ ନିବିଡ ସମ୍ପର୍କ ଗଢ଼ି ଉଠିଥିଲା। ଏହା ପରେ ଯୁବକ ଜଣକ ଏକ ଦାମିକିଆ ଗିଫ୍ଟ ପଠାଇଥିଲେ ଏକ କୋରିଅର ସ ସ୍ଥା ମାଧ୍ୟମରେ । ଯାହା ପରେ ଯୁବତୀଙ୍କୁ ପ୍ରଥମେ କୋରିଅର ସଂସ୍ଥା ନାମରେ ଫୋନ୍ ଆସିଥିଲା ଗିଫ୍ଟ ବଦଳରେ କିଛି ଟଙ୍କା ପୈଠ କରିବାକୁ ହେବ। ଏଥି ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲେ । ଯାହାଫଳରେ ଯୁବତୀ ଜଣକ ପ୍ରଥମ ପର୍ଯ୍ୟାୟରେ 60 ହଜାର ଟଙ୍କା ଡି ପୋଜିଟ କରିଥିଲେ। ଏହାପରେ ପୁଣି ଏକ କଲ ଆସିଥିଲା କି କଷ୍ଟମ ବିଭାଗ ପକ୍ଷରୁ ଏହି ଗିଫ୍ଟ କୁ ଜବତ କରାଯାଇଛି ଯାହାକୁ ରିଲିଜ୍ କରିବାକୁ ଆଉ ଟଙ୍କା ଦେବାକୁ ପଡିବ।

ଏମିତି ଭାବରେ ଯୁବତୀ ଜଣକ ନିଜର ପରିବାର ଗଚ୍ଛିତ ଥିବା ପାଖାପାଖି 8 ଲକ୍ଷ ଟଙ୍କା ସାଇବର ଠକ ମାନଙ୍କର ଦ୍ଵାରା ଦିଆଯାଇଥିବା ବ୍ୟାଙ୍କ୍ ଆକାଉଣ୍ଟ ରେ ପଠାଇଥିଲେ। ଯେତେବେଳେ କୌଣସି ଗିଫ୍ଟ ଆସିନଥିଲା ସେତେବେଳେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ କି ସେ ସାଇବର ଠକାମୀ ର ଶିକାର ହୋଇଛନ୍ତି। ଏନେଇ କଟକ ସାଇବର ଥାନାରେ ଏକ ଅଭିଯୋଗ କରିଛନ୍ତି ଯୁବତୀ ଜଣକ। ଅନ୍ୟପଟେ ପୋଲିସ ଅଭିଯୋଗ କୁ ଗ୍ରହଣ କରି ମାମଲା ଦାୟର କରିବା ସହ ସାଇବର ଏକ୍ପର୍ଟ ମାନଙ୍କର ମାଧ୍ୟମରେ ଘଟଣାର ଖୋଳ ତାଡ଼ ଆରମ୍ଭ କରିବା କଥା କହିଛନ୍ତି ଥାନା ଅଧିକାରୀଣି ଚନ୍ଦ୍ରିକା ସ୍ୱାଇଁ। ଅଭିଯୁକ୍ତ ମାନଙ୍କର ବିଭିନ୍ନ ଲୋକେଶନରୁ କଲ୍ ଆସିଥିଲା ଯେଉଁଥିରେ ଭାରତ ବାହାରର କିଛି ସ୍ଥାନ ରହିଛି। ଠକାମୀ ରେ ବ୍ୟବହୃତ ଆକାଉଣ୍ଟ ଗୁଡ଼ିକ ଭାରତ ଭିତରେ ଥିବା ସୂଚନା ମିଳିଛି।

Leave a Reply

Your email address will not be published.