ଲିଜେଣ୍ଡ ଲିଗ୍ କ୍ରିକେଟ୍ ପାଇଁ ବସିଲା ପ୍ରସ୍ତୁତି ବୈଠକ

କଟକ,(ନାଗରାଜ ନ୍ୟୁଜ): କଟକ ବାରବାଟି ଆନ୍ତଃ ରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମ ରେ ଆସନ୍ତା 26 ତାରିଖରୁ ଆରମ୍ଭ ହେବ ଲିଜେଣ୍ଡ ଲିଗ୍ କ୍ରିକେଟ୍ । କଟକ ରେ ମୋଟ ତିନୋଟି ମ୍ୟାଚ୍ ଖେଳାଯିବା କୁ ଥିବା ବେଳେ ମୋଟ ଚାରୋଟି ଦଳ ଆସିବେ କଟକ। ବିଶ୍ବର ଅନେକ କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ମାନେ ବିଭିନ୍ନ ଟିମ୍ ମାନଙ୍କରେ ସାମିଲ ହୋଇ ଖେଳିବେ ଏହି ୨୦- ୨୦ ମ୍ୟାଚ୍ । ଏଥିପାଇଁ ଆଜି କଟକ ଓ ସି ଏ ନେଇ କନଫରେନ୍ସ ହଲ୍ ରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ। ଟୁଇନ ସିଟି ପୋଲିସ କମିଶନର, କଟକ ଜିଲ୍ଲାପାଳ, କଟକ ଡିସିପି, କଟକ ମେୟର, ଓସିଏର ସମ୍ପାଦକ, ସଭାପତି , ଏଲ ଏଲ ସି ର ଅଧିକାରୀ ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମ୍ୟାଚ୍ ନିମନ୍ତେ ଟିକେଟ ଅନଲାଇନ୍ ଓ ଅଫ ଲାଇନ୍ ପ୍ରକ୍ରିୟାରେ ଟିକେଟ ବିକ୍ରି ହେବାକୁ ଥିବା ବେଳେ ମୋଟ ୩୪ ହଜାର ଟିକେଟ ବିକ୍ରି କରିବାର ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ପୂର୍ବରୁ ଯେପରି ଭାବରେ ମ୍ୟାଚ୍ ଗୁଡ଼ିକର ଆୟୋଜନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା ଚଳିତ ଥର ମଧ୍ୟ ସେହିଭଳି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା କଥା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

Leave a Reply

Your email address will not be published.