ବୃନ୍ଦାବନପୁର ଗ୍ରାମ୍ୟ ଜଙ୍ଗଲରୁ ବାରାହା ମାଂସ ସହ ମୁଣ୍ଡ ଜବତ ଶିକାରୀ ଫେରାର

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗଁଦିଆ ବ୍ଲକ ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମ ପଞ୍ଚାୟତ ର ବୃନ୍ଦାବନପୁର ଗ୍ରାମ୍ୟ ଜଙ୍ଗଲରେ ଆଜି ସକାଳ ସମୟରେ ଉକ୍ତ ଜଙ୍ଗଲରେ ଶିକାରୀ ମାନେ ଜଙ୍ଗଲୀ ବାରାହା କୁ ବମ୍ବ ସାହାଯ୍ୟରେ ମାରି ଘଟଣା ସ୍ଥଳରେ ତାର ମାଂସ କୁ କଟାକୁଟି କରି ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିବା ସମୟରେ ଖବର ପାଇ ଘଟଣା ସ୍ଥଳରେ ଅତର୍କିତ ଭାବରେ ଷଡଙ୍ଗୀ ବନାଅଂଚଳ ହାତୀସ୍କ୍ୱାର୍ଡ କର୍ମଚାରୀ ଓ ଜଣେ କାର୍ଯ୍ୟରତ ମହିଳା ଫରେଷ୍ଟ ଗାର୍ଡ ଙ୍କୁ ଦେଖି ଜୀବନ ବିକଳରେ ସେଠାରେ ଥିବା ଶିକାରୀ ମାନେ ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲେ କର୍ମଚାରୀ ମାନେ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ କର୍ମଚାରୀ ମାନେ ସେଠାରେ ପଡିରହଥିବା ବାରହା ର କଟା ମୁଣ୍ଡ ମାଂସ ଗୋଡ ଦାନ୍ତ ସମେତ ମାଂସ ହାଣିବା ପାଇଁ ବ୍ୟବହୃତ ଦୁଇଟି ଧାରୁଆ ଅସ୍ତ୍ର କୁ ଜବତ କରିଛି ଜବତ୫୭ କେଜି ମାଂସ କୁ ଗଁଦିଆ ପ୍ରାଣୀଧନ ଚିକିସ୍ତକ ଙ୍କର ଉପସ୍ଥିତରେ ପୋତିଦିଆ ଜାଇଅଛି ବନ ବିଭାଗ କର୍ମଚାରୀ ମାନେ କାର୍ଯ୍ୟଳୟ ରେ ଅନେକ ସମୟରେ ଅନୁପସ୍ଥିତି ରହୁଥିବାରୁ ଏହାର ସୁଯୋଗ ନେଇ ଶିକାରୀ ମାନେ ଅବାଧରେ ଏପରି ଅମାନୁଷିକ କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.