ଚୋରି ହେଲା ଏଟିଏମ୍, ମିଳିନାହିଁ ସନ୍ଧାନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ପୋଲିସ ପ୍ରଶାସନ ଯେତେ ସଜାଗ ରହିଲେ ମଧ୍ୟ ଚୋରି କମୁନାହିଁ । ବିଚରା ପ୍ରଶାସନ କରିବ ବା କ’ଣ ? ଏପରି ଏକ ଘଟଣା ଘଟି ଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଡୁଙ୍ଗୁରା ବଜାରରେ । ଉକ୍ତ ବଜାରରେ ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ୍ ଅଛି । ଗତକାଲି ଅର୍ଥାତ୍ ତା ୧୯/୯/୨୨ ରିଖ ବିଳମ୍ବିତ ରାତିରେ ଚୋରି ହୋଇଥିବାର ବଜାରରେ ଥିବା ଦୋକାନୀଙ୍କ ଠାରୁ ସଂଗୃହିତ ଖବରରୁ ଜଣାଯାଇଛି । ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ପ୍ରାଥମିକ ତଦନ୍ତରୁ ବ୍ଯାଟେରି କଥା ଉଠୁଥିବା ବେଳେ ସମ୍ପୂର୍ଣ୍ଣ ତଦନ୍ତ ପରେ ପ୍ରକୃତରେ କ’ଣ କ’ଣ ଚୋରି ହୋଇଛି ଜଣାପଡିବ ବୋଲି ଆଶା କରାଯାଉଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.