ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ ପ୍ରଦାନ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଲହଡ଼ା ଗ୍ରାମ ସ୍ଥିତ ବନ୍ୟା ଆଶ୍ରୟ ସ୍ଥଳ ରେ ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି।ନଦୀକୂଳରେ ଥିବା ବିଭିନ୍ନ ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବରେ କିପରି ଉଦ୍ଧାର କରାଯାଇ ପାରିବ ସେନେଇ ମକଡ୍ରିଲ କରା ଯାଇଥିଲା।ଅଶୋକ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୂଯ୍ୟ କାନ୍ତ ଲେଙ୍କା ଓ ବିମଳ କୁମାର ପାଣି ତାଲିମ ପ୍ରଦାନ କରିଥିଲେ। ବିପର୍ଯ୍ୟୟ ସମୟରେ କିପରି ଜୀବନ ବଂଚିହେବ ଓ ସୁରକ୍ଷିତ ଭାବରେ ଲୋକଙ୍କ ସହ ଗୃହ ପାଳିତ ପଶୁପକ୍ଷୀଙ୍କୁ ଉଦ୍ଧାର କରା ଯାଇପାରିବ ସେନେଇ ଲୋକଙ୍କୁ ତାଲିମ ପ୍ରଦାନ କରିଥିଲେ।ବନ୍ୟା ସମୟରେ କୌଣସି ଗୁଜବକୁ ବିଶ୍ୱାସ ନ କରି ଗଣ ମାଧ୍ୟମ କୁ ଅନୁସରଣ କରିବା,ଜରୁରୀକାଳୀନ କିଟସ,ଖାଦ୍ୟ ଦ୍ରଵ୍ୟ ଓ ଔଷଧ ମହଜୁଦ ରଖିବା,ବନ୍ୟା ପାଣି କୁ ନ ପଶିବା,ବିଦ୍ୟୁତ ଖୁଣ୍ଟ ଓ ଉପକରଣ ଠାରୁ ଦୁରେଇ ରହିବା,ସିଝା ପାଣି ପିଇବା,ଛୋଟ ଛୋଟ ପିଲାଙ୍କୁ ସବୁବେଳେ ଧ୍ୟାନ ଦେବା ଉପରେ ସେ ବୁଝାଇଥିଲେ।ପାଣିରେ ଭାସି ଯାଉଥିଲେ କିପରି ଉଦ୍ଧାର କରାହେବ, ସାପ କାମୁଡିଲେ କେମିତି କରାଯିବ,ବଜ୍ରାଘାତରୁ କିପରି ରକ୍ଷା ପାଇହେବ,ଆହତ ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା କିପରି କରାଯିବ ଆଦି ଉପରେ ମକ ଡ୍ରିଲ କରାଯାଇଥିଲା। ଏଥିପାଇଁ ଭାସମାନ ରବର ଡଙ୍ଗା ବହିଃବୋର୍ଡ଼ ମୋଟର , ପହଁରା ଉପକରଣ,ଲାଇଫ ଜ୍ୟାକେଟଜେନେରେଟର,ଆମ୍ବୁଲାନ୍ସ, ବୁଡନ୍ତା ପମ୍ପ ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା।ଶେଷ ଦିନରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗଁଦିଆ ବ୍ଳକ ର BDO ଆଶିଷ ରଂଜନ ସାହୁ ,DPO ସଙ୍ଗୀତା ଦାସ ,ଖଣ୍ଡବଦ୍ଦ ର ସରପଞ୍ଚ ମଳୟ କୁମାର ମାଝି ଅଂଶଗ୍ରହଣକାରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ

Leave a Reply

Your email address will not be published.