ଅଙ୍ଗନୱାଡି ଗୃହ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ସାମ୍ବାଦିକଙ୍କୁ କଲେ ଆକ୍ରମଣ

ବାଲେଶ୍ୱର,(ନାଗରାଜ ନ୍ୟୁଜ): ବାଲିଆପାଳ ବ୍ଲକ କମର୍ଦା ଥାନା ରାମନଗର ରସଲପୁର ଗ୍ରାମରେ ଅଙ୍ଗନୱାଡି ଘର ନିର୍ମାଣକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମୁହାଁମୁହିଁ । ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ । ଘଟଣାସ୍ଥଳରେ ଉତେଜନା ଜାରି । ଖବର ସଂଗ୍ରହରୁ ଜଣାଯାଇଛି ଯେ ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକ ବିଷ୍ଣୁପୁର ଗ୍ରାମପଞ୍ଚାୟତ ରାମନଗର ରସଲପୁର ଗ୍ରାମରେ ମଙ୍ଗଳା ଠାକୁରାଣୀ ଙ୍କ ଆସ୍ଥାନକୁ ଲାଗି ନିର୍ମାଣ ହେଉଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ବିରୋଧ କରି ଗତକାଲି ଦୁଇ ଗୋଷ୍ଠୀ ମୁଁହାଁମୁଁହି ହୋଇଥିଲେ । ନିର୍ମାଣ ସ୍ଥଳରେ ଶତାଧିକ ମହିଳା ପହଞ୍ଚି ନିର୍ମାଣ ହେଉଥିବା ଅଙ୍ଗନୱାଡ଼ି କେନ୍ଦ୍ରର କାର୍ଯ୍ୟ ବନ୍ଦ କରିଥିଲେ । ଖବରପାଇ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚି ଭିଡିଓ ଉଠାଉ ଥିବା ବେଳେ ଅଙ୍ଗନବାଡି ସପକ୍ଷବାଦୀ ମାନେ ସାମ୍ବାଦିକଙ୍କ ମୋବାଇଲ ଛଡାଇବା ସହିତ ଆକ୍ରମଣାତ୍ମକ ଉଦ୍ୟମ କରିଥିଲେ । ବ୍ଲକ ପ୍ରଶାସନିକ ଅଧିକାରୀ ଉକ୍ତ ସ୍ଥାନରୁ ଅଙ୍ଗନୱାଡ଼ିକେନ୍ଦ୍ର ଗୃହ ନିର୍ମାଣକୁ ସ୍ଥାନାନ୍ତରିତ ନକଲେ ଆଗାମୀ ଦିନରେ ଗ୍ରାମଦେବୀଙ୍କୁ ଧରି ବ୍ଲକ ସମୁଖରେ ଧାରଣା ରେ ବସିବାର ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ବହୁ କାଳରୁ ଉକ୍ତ ସ୍ଥାନରେ ଗ୍ରାମଦେବୀ ମଙ୍ଗଳାଙ୍କ ପୂଜା ଅର୍ଚ୍ଚନା ହୋଇ ଆସୁଛନ୍ତି । ଅଙ୍ଗନୱାଡ଼ି କେନ୍ଦ୍ର ହେଲେ ପିଲାମାନଙ୍କୁ ଅଣ୍ଡା ଭାତ ଖାଇବାକୁ ଦିଆଯିବ । ଯାହାଦ୍ୱାରା ସ୍ଥାନଟି ଆମିଷ ଓ ଅଇଁଠା ହୋଇ ଅପବିତ୍ର ହୋଇଯିବ । ଯାହାକି ହିନ୍ଦୁ ସଂସ୍କୃତିର ମନ୍ଦିର ଓ ଠାକୁରାଣୀକୁ ଅବମାନନା ହେବ । ନିର୍ମାଣ ପାଇଁ ସ୍କୁଲ ପରିସରରେ ବା ଅନ୍ୟତ୍ର ପ୍ରସସ୍ଥ ଜାଗା ରହିଛି, ସେଠାରେ ଅଙ୍ଗନୱାଡି ହେବାକୁ ଗ୍ରାମର ୯୦ ପ୍ରତିଶତ ଲୋକ ମତ ଥିବା ବେଳେ କେତେକ ଲୋକେ ବିରୋଧ କରୁଛନ୍ତି । ଗ୍ରାମବାସୀ ଉକ୍ତ ଅଙ୍ଗନୱାଡ଼ି ନିର୍ମାଣକୁ ବିରୋଧ କରି ବାଲିଆପାଳ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ଦୀପକ କୁମାର ଦାଶଙ୍କୁ ଜଣାଇଥିଲେ ମଧ୍ୟ ଉକ୍ତ ସ୍ଥାନରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ହେଉଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଖୁବ୍ ଶୀଘ୍ର ପ୍ରଶାସନ ଠିକଣା ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଏହା ଏକ ବଡ଼ ଧରଣର ଆନ୍ଦୋଳନର ଦାନା ବାନ୍ଧିବ । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.