ଭାରତୀୟ ଡାକବିଭାଗ ତରଫରୁ ଆୟୋଜିତ 11ତମ ରାଜ୍ୟସ୍ତରୀୟ ଡାକଟିକଟ ପ୍ରଦର୍ଶନୀ

କଟକ,(ନାଗରାଜ ନ୍ୟୁଜ): ଭାରତୀୟ ଡାକବିଭାଗ ତରଫରୁ ଆୟୋଜିତ 11ତମ ରାଜ୍ୟସ୍ତରୀୟ ଡାକଟିକଟ ପ୍ରଦର୍ଶନୀ 2022 ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଚଳିତ ମାସ 25ତାରିଖ ଦିନ ଉଦଯାପିତ ହୋଇଛି ଲ ଏହି ଉତ୍ସବ ରେ ଡାକବିଭାଗ ର ସଚିବ ଶ୍ରୀ ବିନୀତ ପାଣ୍ଡେ ଓ ଓଡିଶା ପରିମଣ୍ଡଳ ର ମୁଖ୍ୟ ମହା ଡାକପାଳ ଶୁଭେନ୍ଦୁ ସ୍ୱାଇଁ ଯୋଗଦେଇ ଥିଲେl ଏହି ଅବସର ରେ ରାଜୀବ ମେମୋରିଆଲ ଇନ୍ଷ୍ଟିଟ୍ୟୁସନ ଅଫ ଟେକ୍ନୋଲୋଜି (ଆର. ଏମ. ଆଇ. ଟି )ବ୍ରହ୍ମପୁର ଉପରେ ଏକ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଥିଲା l ଏହି ପ୍ରଦର୍ଶନୀ ଉପଲକ୍ଷେ ଅନୁଷ୍ଠିତ ପତ୍ରଲିଖନ ପ୍ରତିଯୋଗିତା ଷ୍ଟାମ୍ପ ଡିଜାଇନ ଓ କୁଇଜ ପ୍ରତିଯୋଗିତା ରେ ଭାଗ ନେଇଥିବା ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଉକ୍ତ ପ୍ରଦର୍ଶନୀ ରେ ଭାଗ ନେଇଥିବା ଶତାଧିକ ଡାକଟିକଟ ସଂଗ୍ରାହକ ଙ୍କୁ ଡାକ ବିଭାଗ ତରଫରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଉତ୍ସବ ଶେଷ ରେ ସମ୍ବଲପୁର କ୍ଷେତ୍ର ର ମହା ଡାକପାଳ ରାଜୁ ଗାଙ୍ଗୁଲି ରେଭେନ୍ସା ମହାବିଦ୍ୟାଳୟ ର କୁଳପତି, କୁଳସଚିବ, ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଙ୍କର ଅକୁଣ୍ଠ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବ ର ସଫଳ ରୁପାୟନ ପାଇଁ ସେ ସମସ୍ତ ପ୍ରତିଯୋଗୀ, ସଂଗ୍ରାହକ ଓ ଡାକ କର୍ମଚାରୀ ଙ୍କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published.