ପିଲା ଚୋରି ଘଟଣାରେ ନୂଆ ଟୁଇଷ୍ଟ

କଟକ,(ନାଗରାଜ ନ୍ୟୁଜ): କଟକ ବଡ ମେଡିକାଲ ରେ ପିଲା ଚୋରି ଘଟଣାରେ ଆସିଲା ନୂଆ ଟୁଇଷ୍ଟ ପିଲାକୁ ଭୁଲ ରେ ନେଇଯାଇଥିବା ର ସ୍ବୀକାର କଲେ କଟକ ପ୍ରତାପ ନଗରୀ ଅଞ୍ଚଳର ଏକ ପରିବାର ।ସେ କହିଥିଲେ କି ଆମ ପୁଅ ମେଡିକାଲ୍ ରେ ରହିଛି ଓ ଆମେ ଭୁଲ୍ ରେ ଝିଅକୁ ନେଇ ଚାଲି ଯାଇଛୁ। ଏହି ଘଟଣା ପରେ ମେଡିକାଲ୍ ପରିସରରେ ପହଞ୍ଚିଥିଲେ ମଙ୍ଗଳାବାଗ ଥାନା ଅଧିକାରୀ ଓ ଥାନା ର କର୍ମଚାରୀ ମାନେ। ତମାମ ୬ ଘଣ୍ଟା ଧରି ଚାଲିଥିଲା ଆଲୋଚନା ଓ ତଦନ୍ତ। ମଧ୍ୟ ରାତ୍ରୀରେ ଏହି ଘଟଣାକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି କଟକ ବଡ଼ ମେଡିକାଲ୍ ର ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ କହିଛନ୍ତି କି ଏହି ଘଟଣାରେ ସଂପୃକ୍ତ ମହିଳା ଜଣଙ୍କର କୌଣସି ପୁତ୍ର ସନ୍ତାନ କଟକ ବଡ ମେଡିକାଲ ରେ ଜନ୍ମ ହୋଇନାହିଁ କିମ୍ବା ତାଙ୍କର ପିଲା ମଧ୍ୟ ଏଠାରେ ନାହିଁ ବରଂ ସେ ଗତ ଆଠ ଦିନ ହେବ କଟକ ବଡ ମେଡିକାଲ ର ଏହି ଆଇ ସି ୟୁ ପାଖାପାଖି ବୁଲି କିଭଳି ପିଲା ଚୋରି କରିବେ ସେ ନେଇ ଅନୁଧ୍ୟାନ କରୁଥିଲେ ଆଜି ସୁବିଧାର ସୁଯୋଗ ନେଇ ଆଇ ସି ୟୁ ରୁ ପିଲାଟିକୁ ନେଇ ଚାଲିଯାଇଥିଲେ।ଏହା ସହ ଘଟଣାର ତଦନ୍ତ ଜାରି ରହିଛି ଯିଏ ବି ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ମେଡିକାଲ୍ ଫାଣ୍ଡି ଉକ୍ତ ପରିବାରର ସଦସ୍ୟ ଙ୍କୁ ଅଟକ ରଖିଥିବା ବେଳେ କଟକ ବଡ଼ ମେଡିକାଲ୍ ଭିତରୁ କିଭଳି ମେଡିକାଲ୍ କର୍ମଚାରୀ ମାନଙ୍କର ନଜର ଆଗରୁ ଗାୟବ ହୋଇଯାଉଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published.