ବିଧବା ମହିଳାଙ୍କୁ ହୋମଗାର୍ଡଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଖଇରା,(ନାଗରାଜ ନ୍ୟୁଜ): ଖାକିରେ ଲାଗିଲା ଦାଗ,ରକ୍ଷକ ହୋଇ ଭକ୍ଷକ ସାଜିଲା ପୋଲିସ।ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ।ଖଇରା ଥାନା ଅଧିନ କଇଥଗଢିଆ ପତଡ଼ା ସାହିର ୪୪ ବର୍ଷୀୟ ବିଧବା ମହିଳା ମାଳତୀ ମଲିକ ଏକୁଟିଆ ଘରେ ଥିବାବେଳେ ଖଇରା ଥାନାର କାର୍ଯ୍ୟରତ ଥିବା ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଦାସ ତାଙ୍କ ଘରକୁ ଯାଇଥିଲେ।ପରେ ମାଳତୀଙ୍କୁ ଡାକି ତାଙ୍କର ଦିଆଯାଇଥିବା ଭର୍ତ୍ତା ଫର୍ମ ଭୁଲ ଥିବା କହିବା ସହିତ ଫର୍ମ ଆଣିବାକୁ କହିଥିଲେ।ମାଳତୀ ଘରଭିତରକୁ ଫର୍ମ ଆଣିବାକୁ ଯାଇଥିବାବେଳେ ହୋମଗାର୍ଡ ପୂର୍ଣଚନ୍ଦ ଘରଭିତରକୁ ପଶି ଭିତରପଟୁ କବାଟ ବନ୍ଦ କରିଦେଇଥିଲେ।ଏବଂ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।ପ୍ରଥମେ ମହିଳା ଜଣକ ଚିତ୍କାର କରିବାରୁ ପୂର୍ଣ୍ଣଚନ୍ଦ୍ର ତାଙ୍କ ତଣ୍ଟିକୁ ଚିପିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।ପରେ ମହିଳା ଜଣକ ନିଜର ଜୀବନ ବଞ୍ଚାଇବା ପାଇଁ ପାଖରେ ଥିବା ଏକ କଟୁରି ସାହାର୍ଯ୍ୟରେ ତାଙ୍କୁ ଆକ୍ରମଣ କରିବାରୁ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ସେଠାରୁ ଦୌଡ଼ି ପଳାଇଯାଇଥିଲେ।ହେଲେ ପୂର୍ଣ୍ଣଚନ୍ଦ୍ର ତାଙ୍କର ପ୍ୟାଣ୍ଟ,ଜୋତା ଏବଂ ବାଇକ କୁ ମହିଳାଙ୍କ ଘରେ ଛାଡ଼ି ପଳାଇଯାଇଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାଇ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।ଅନ୍ୟପଟେ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଘର ଉକ୍ତ ଥାନା ନୟାଖଣ୍ଡି ଗାଁର ହୋଇଥିବାବେଳେ ସେ ଫେରାର ଥିବା ସୂଚନା ମିଳିଛି।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.