ବିଶ୍ଵ ପର୍ଯ୍ୟଟନ ଦିବସରେ ଅତିଥିଙ୍କୁ ସ୍ଵାଗତ

ପୁରୀ,(ନାଗରାଜ ନ୍ୟୁଜ): ଏକ ନିଆରା ଢଙ୍ଗରେ ବିଶ୍ଵ ପର୍ଯ୍ୟଟନ ଦିବସ ପୁରୀ ର ରେଳ ଷ୍ଟେସନ ଠାରେ ପାଳିତ ହୋଇଯାଇଛି ।ପୁରୀ ସହରର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ପୁଷ୍ପ ବଣ୍ଟନ ଓ ଅତିଥି ଙ୍କ ଭବ୍ୟ ସ୍ଵାଗତ ସତ୍କାର ର ଅୟୋଜନ କରାଯାଇଛି । କୋଭିଡ ମହାମାରୀ ପରେ ପର୍ଯ୍ୟଟନ କ୍ଷେତ୍ର କୁ ଅଗ୍ରାଧିକାର ଦେଇ କ୍ଷୟକ୍ଷତି କୁ ଭରଣ କରିବାକୁ ଚେଷ୍ଟାରତ ହେବା ନିମନ୍ତେ ପୁନଃ ବିଚାର ର ବାର୍ତ୍ତା ଦେଇଥିଲେ ।ଆଗାମୀ ଦିନରେ କିପରି ପୁରୀ ଏକ ପ୍ରସିଧ ପର୍ଯ୍ୟଟନ ସ୍ଥଳ ଭାବେ ପୂର୍ବ ପରି ଯାତ୍ରୀ ମାନଙ୍କୁ ଭବ୍ୟ ସ୍ଵାଗତ କରିପାରିବ ସେଦିଗରେ ଉଚିତ୍ ପଦେକ୍ଷପ ନେବାକୁ ପ୍ରୟାସ ଜାରି ରଖିବାକୁ ଅନୁଷ୍ଠାନ ର ସଦସ୍ୟ ସୁରେନ୍ଦ୍ର ମହାପାତ୍ର ,ରାଜେଶ ତ୍ରିପାଠୀ,ସାଗର ପାତ୍ର,ରାଜଶ୍ରୀ କହଁର,ବେଲେଶ୍ୱର ପ୍ରଧାନ, କିରନ୍ ମିଶ୍ର,ମୋନାଲିସା ଶ୍ରୀଚନ୍ଦନ ,ସସ୍ମିତା ସାହୁ, ସୁସ୍ କାନ ଅଗ୍ରୱାଲ,ଏବଂ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ମିଶି ଏହି କାର୍ଯ୍ୟ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଟ୍ରଷ୍ଟ ର କାର୍ଯ୍ୟକାରୀ ସମ୍ପାଦକ ମାନସ ଦାସ ଏବଂ ଶିକ୍ଷା ସମ୍ପାଦକ ଶ୍ରୀଯୁକ୍ତ କ୍ଷୀରୋଧ ଜେନା ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ ଟି ଆଜି ଶ୍ରୁଖଳିତ ଭାବେ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ସଭାପତି ଶ୍ରୀଯୁକ୍ତ ଦୀପକ କୁମାର ପଣ୍ଡା ସମସ୍ତ ଙ୍କୁ ସମ୍ଭର୍ହିତ କରିଥିଲେ ।

Leave a Reply

Your email address will not be published.