ବଧିରେ ଏକ ନିଆରା ଢଙ୍ଗରେ ପାଳିତ ହେଲା ଶହୀଦ ଦିବସ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ରେ ଥିବା ବଡ଼ ପୋଖରୀ ଗ୍ରାମରେ 1942 ଭାରତ ଛାଡ଼ ଆନ୍ଦୋଳନରେ ଶହୀଦ ହୋଇଯାଇଥିବା 3 ବୀର ଙ୍କର ସ୍ମୃତି ରକ୍ଷା ପାଇଁ ଔପଦା ,ଖଇରା ଓ ସୋର ବ୍ଲକ ରେ ବିଭିନ୍ନ ସ୍ଥାନରେ ଶହୀଦ ଦିବସ ପାଳନ କରାଯାଉ ଥିଲେବି ଅମର ଶହିଦ ରଘୁ ବେହେରା ଙ୍କ ଜନ୍ମ ମାଟି ବଧି ରେ କିନ୍ତୁ ଏକ ନିଆରା ଢଙ୍ଗରେ ଏହି ଶହୀଦ ଦିବସ 28 ତାରିଖ ସକାଳ 10 ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଛି,ସକାଳ ବିଶିଷ୍ଟ ଶିକ୍ଷାବିତି ତଥା ପ୍ରାକ୍ତନ ସରପଞ୍ଚ ଲକ୍ଷ୍ମୀ କାନ୍ତ ପାଢ଼ୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ,ମଧ୍ୟାହ୍ନ ରେ ଏକ ସଭା ଲକ୍ଷ୍ମୀ କାନ୍ତ ପାଢ଼ୀ ଙ୍କ ସଭାପତିତ୍ବରେ ଆୟୋଜନ କରାଯାଇଥିଲା,ଏଥିରେ ମୁଖ୍ୟ ଅତିଥି ଭାବେ 1 ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ମୁନି ସିଂ ଯୋଗ ଦେଇ ତାଙ୍କ ପଣ୍ଡସରୁ ଦେଢ଼ ଲକ୍ଷ ଟଙ୍କା ଏକ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ଦେବାକୁ ଘୋଷଣା କରିଥିଲେ ମୁଖ୍ୟବକ୍ତା ଭାବେ ଯୁବ ନେତା ସାମ୍ବାଦିକ ଅଶୋକ କୁମାର ପ୍ରଧାନ ଯୋଗ ଦେଇ ଉଜସ୍ବିନୀ ଭାଷଣ ପ୍ରଦାନ କରିଥିଲେ,ଅନ୍ୟ ତମ ଅତିଥି ଭାବରେ କବି ଲକ୍ଷ୍ମୀ ଧର ପାତ୍ର , ପଣ୍ଡିତ ବିଷ୍ଣୁ ପଦ ପଣ୍ଡା, ସାମ୍ବାଦିକା ଜୟଶ୍ରୀ ବେହେରା, ଶିକ୍ଷା ବିତି ବୈକୁଣ୍ଠ ନାଥ ମିଶ୍ର,ଯୋଗ ଦେଇଥିଲେ,ସୈନ୍ୟ ବାହିନୀ ର ଯୋଗ ଦେଇଥିବା ବୀର ସୈନିକ ମାନଙ୍କ ର ପିତା ମାନଙ୍କୁ ମଞ୍ଚାସମନ କରାଯାଇ ସମ୍ବନ୍ଧିତ କରା ଯାଇଥିଲା ଶହୀଦ ରଘୁ ବେହେରାଙ୍କ ନାତୀଙ୍କୁ ମଧ୍ୟ ଏଠାରେ ସମ୍ବନ୍ଧିତ କରାଯାଇଥିଲା ସଂପାଦକ ଶିକ୍ଷକ ଗୈାରବ ରଙ୍ଗା ଧର ପାଢ଼ୀ, ସଂପାଦକୀୟ ବିବରଣୀ ପାଠ କରିଥିଲେ,ମଞ୍ଚରେ ନୃତ୍ୟା ଶିଳ୍ପୀ ବର୍ଷା ରାଣୀ ବେହେରା ନୃତ୍ୟ ପ୍ରଦର୍ଶନ କରିଥିଲେ,ମଞ୍ଚ ପରିଚାଳନା କରିଥିଲେ ଶିଶୁ ସାହିତ୍ୟ କ ରୂପା ଥାଳିଆ ସଂପାଦକ ନିରଞ୍ଜନ ପ୍ରସାଦ ବାରିକ ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ଉତ୍ତରିୟ ସହ ଶ୍ରୀ ଫଳ ପ୍ରଦାନ କରାଯାଇ ନିଆରା ଢଙ୍ଗରେ ସମ୍ବନ୍ଧିତ କରାଯାଇଥିଲା ଗୀତା ପାଠ କରିଥିଲେ ବିଷ୍ଣୁ ପଦ ପଣ୍ଡା ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରିଥିଲେ,ଅବସର ପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ ଅନୁଷ୍ଠାନ ର ସଭାପତି ଯୁବ ନେତା ମହେଶ୍ୱର ରାଉତ .

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.