ଭୁବନେଶ୍ବର,୨୫।୯( ଏନ୍ ନ୍ୟୁଜ୍) ଦୁବାଇରେ ଅନୁଷ୍ଠିତ ଅଇପିଏଲ୍ ମ୍ୟାଚେରେ କିଙ୍ଗସ୍ ଇଲେଭେନ ପଞ୍ଜାବ ବନାମ ରୟାଲ ଚାଲେଞ୍ଜେସ୍ ବାଙ୍ଗାଲୋର ମଧ୍ୟରେ ମୁକାବିଲାରେ ଭାରତୀୟ ବ୍ୟାଟସମ୍ୟାନ କେ.ଏଲ୍. ରାହୁଲଙ୍କ ରନ ଝଡ ଆଗରେ ଧରାସାଇ ହୋଇଛି ଶକ୍ତିଶାଳୀ ବାଙ୍ଗାଲୋର ଦଳ। ଫଳରେ ପଞ୍ଜାବକୁ ସହଜସାଧ୍ୟ ୯୭ ରନର ବିଶାଳ ବିଜୟ ମିଳିଛି।ବାଙ୍ଗାଲୋର ଠାରୁ ଟସ୍ ହାରି ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ ଅଧିନାୟକ କେଏଲ୍ ରାହୁଲ ବିଷ୍ଫୋଟକ ଇନିଙ୍ଗସ୍ ଖେଳି ୬୯ ବଲରୁ ୧୨ ଚୌକା ୬ ଛକା ସହାୟତାରେ ୧୩୨ର ଅପରାଜିତ ଇନିଙ୍ଗସ୍ ଖେଳିଥିଲେ। ରାହୁଲ ୧୩ତମ ଆଇପିଏଲ୍ର ପ୍ରଥମ ଶତକ ହାସଲ କରିଛନ୍ତି। କେବଳ ସେତିକି ନୁହେଁ ରାହୁଲ ଆଇପିଏଲରେ ସବୁଠୁ କମ୍ ୬୦ ବଲରେ ଶତକ କରିଥିବା ଭାରତୀୟ ବ୍ୟାଟସମ୍ୟାନ ଭାବେ ଶିର୍ଷ ତାଲିଖାର ଶିର୍ଷ ତାଲିଖାରେ ସ୍ଥାନ କାଇଛନ୍ତି।
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ବିନିମୟରେ ୨୦୬ ରନ କରିଥିଲା । ବିଜୟ ଲକ୍ଷ ପିଛା କରିବାକୁ ଆସି ଶକ୍ତିଶାଳୀ ବିରାଟ କୋହଲି ବାହିନୀ ବାଙ୍ଗାଲୋର ବ୍ୟାଟିଂ ବିପର୍ଯୟର ସମୁଖୀନ ହୋଇଥିଲା। ସେଲଡ୍ରନ୍ କଟରେଲ,ମହମଦ ସାମି, ରବି ବିଷ୍ଣୋଇ, ମୁରଗନ ଅଶ୍ବନୀଙ୍କ ଘାତକ ବୋଲିଂର ମୁକାବିଲା କରି ନପାରି ଗୋଟିକ ପରେ ଗୋଟିଏ ପ୍ୟାଭିଲୋନ୍ କୁ ଲେଉଟିଥିଲେ। ଦଳ ତରଫରୁ କେବଳ ଆରୋନ୍ ଫିଞ୍ଚ୍ ୪ ଚୌକା ସହାୟତାରେ ୨୦ ବଲରେ ୨୧ ରନ୍ କରି ଓ ଏବି ଡିଭିଲିୟର୍ସ ୧୮ ବଲରେ ୪ ଚୋକା ୧ ଛକା ମାରି ୨୮ ରନ କରି କିଛି ସମୟ ଆଶ ଉଦଯିବିତ କରି ରଖିବାକୁ ଚେଷ୍ଟା କରିଥିଲେ। ଫିଞ୍ଚ୍ ବିଷ୍ଣୋଇଙ୍କ ବଲରେ ବୋଲଡ ଆଉଟ୍ ଓ ଡଭିଲିୟର୍ସ ମୁରଗନ ଅଶ୍ବନୀଙ୍କ ବଲରେ କ୍ୟାଚ୍ ଆଉଟ ହୋଇ ଫେରିବା ପରେ ଦଳର ସ୍ଥିତି ଦୋହଲି ଯାଇଥିଲା। ଶେଷ ଭାଗର ବ୍ୟାଟସ୍ ମ୍ୟାନ ୨୭ ବଲ୍ ରେ ୨ ଚୌକା ୧ ଛକା ସହାୟତାରେ ୩୦ ରନ୍ ର ସାନ୍ବାନାମୂଳକ ଇନିଙ୍ଗସ୍ ଖେଳିଥିଲେ। ହେଲେ ବାଙ୍ଗାଲୋର ମାତ୍ର ୧୭ ଓଭର ଖେଳି ସମସ୍ତ ୱିକେଟ ହରାଇ ୧୦୯ କରିବାକୁ ସକ୍ଷମ ହୋଇଥିଲା।
ସ୍କୋର ବୋର୍ଡ
କିଙ୍ଗସ୍ ଇଲେଭେନ ପଞ୍ଜାବ
ବ୍ୟାଟସ୍ ମ୍ୟାନ୍ ଆଉଟ୍ ବୋଲର ରନ୍ ବଲ୍ ଚୌକା ଛକା
କେ.ଏଲ୍ ରାହୁଲ ଅପରାଜିତ ୧୩୨ ୬୯ ୧୪ ୭
ମାୟଙ୍କ ଅଗରୱାଲ ବୋ- ଉଜବେନ୍ଦର ଚହଲ ୨୦ ୨୬ ୪ ୦
ନିକୋଲସ ପୁରନ କଟ ଡିଭିଲିୟର୍ସ, ବୋ-ଶିବମ୍ ଦୁବେ ୧୭ ୧୮ ୧ ୦
ଗ୍ଲେନ୍ ମାକ୍ସୱେଲ କଟ ଆରୋନ୍, ଫିଞ୍ଚ ବୋ- ଶିବମ୍ ଦୁବେ ୫ ୬ ୦ ୦
କରୁନ୍ ନାୟର ଅପରାଜିତ ୧୫ ୮ ୨ ୦
ଅତିରିକ୍ତ :- ବାଇ- ୨ ,ଲେଗବାଇ -୪ ୱାଇଡ୍ -୪ ,ନୋ -୧ = ୧୧ .
ମୋଟ ( ୨୦ ଓଭର ୩ ୱିକେଟ ) ୨୦୬ .
ୱିକେଟ ପତନ :- ୧/୫୭,୨/ ୧୧୪, ୩ /୧୨୮ .
ବୋଲିଂ – ଉମେଶ ଯାଦବ ୩-୦-୩୫ -୦,ଡେଲଷ୍ଟେନ୍ -୪ -୦ -୫୨ – ୦,ନବଦିପ୍ ସଇନି ୪ -୦ – ୩୨ -୦,
ୟୁଜବେନ୍ଦର ଚହଲ – ୪ – ୦ – ୨୫ -୧,ୱାସଂଟନ ସୁନ୍ଦର -୨ – ୦ ୧୩ – ୦ ,ଶିବମ ଦୁବେ ୩ – ୦ – ୩୩ –୨
ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲୋର – ୧୦୯ (ଅଲଆଉଟ୍ )
ବୃାଟସ୍ ମ୍ୟାନ୍ ଆଉଟ୍ ବୋଲର ରନ୍ ବଲ ଚୌକା ଛକା
ଦେବଦତ୍ତ ପାଡିକଲ କ- ରବି ବିଷ୍ଣୋଇ- ବୋ – ସେଲଡ୍ରନ କଟ୍ରେଲ୍ ୧ ୨ ୦ ୦
ଆରୋନ ଫିଞ୍ଚ ବୋ ରବି ବିଷ୍ଣୋଇ ୨୦ ୨୧ ୩ ୦
ଜୋସ ଫିପ୍ ଏଲ ବି – ମହମଦ ସାମି ୦ ୩ ୦ ୦
ବିରାଟ କୋହଲି କ- ରବି ବିଷ୍ଣୋଇ – ବୋ- ସେଲଡ୍ରନ କଟ୍ରେଲ ୧ ୫ ୦ ୦
ଏବି .ଡି ଭିଲିୟର୍ସ କ – ସରଫରାଜ – ବୋ – ରବି ବିଷ୍ଣୋଇ ୨୮ ୧୮ ୪ ୧
ୱାସିଂଟନ ସୁନ୍ଦର କ – ମାୟଙ୍କ ଅଗରୱାଲ – ବୋ – ରବି ବିଷ୍ଣୋଇ ୩୦ ୨୭ ୨ ୧
ଶିବମ୍ ଦୁବେ ବୋ – ଗ୍ଲେନ୍ ମାକ୍ସୱେଲ ୧୨ ୧୨ ୦ ୧
ଉମେଶ ଯାଦବ ବୋ – ରବି ବିଷ୍ଣୋଇ ୦ ୨ ୦ ୦
ନବଦିପ ସଇନି ବୋ – ମୁରଗନ ଅଶ୍ବନୀ ୬ ୬ ୧ ୦
ଡେଲ୍ ଷ୍ଟେନ୍ ଅପରାଜିତ ୧ ୨ ୦ ୦
ୟୁଜବେନ୍ଦର ଚହଲ ଏଲ୍ ବି – ବୋ – ମୁରଗନ ଅଶ୍ବିନୀ ୧ ୩ ୦ ୦
ଅତିରିକ୍ତ :- ଲେଗବାଇ – ୨ , ୱାଡ୍ – ୭ = ୯ .
ମୋଟ – ( ୧୭ ଓଭର, ଅଲଆଉଟ୍ ) ୧୦୯ .
ୱି;କେଟ ପତନ :- ୧।୨, ୨।୩, ୩।୪ , ୪।୩୫ , ୫।୫୭, ୬ ।୮୩, ୭।୮୮, ୮।୧୦୧, ୯। ୧୦୬ , ୧୦।୧୦୯ .
ବୋଲିଂ ସେଲଡ୍ରନ କଟ୍ରେଲ୍ – ୩ – ୦ -୧୭ -୨, ମହମଦ ସାମି – ୩ – ୦ – ୧୪ – ୧ , ରବି ବିଷ୍ଣୋଇ -୪ – ୦ ୩୫ -୩ ,ମୁରଗନ ଅଶ୍ବନୀ – ୩ – ୦ -୨୧ -୩, ଜେମ୍ସ ନିସମ ୨ – ୦ – ୧୩ – ୦, ଗ୍ଲେନ୍ ମାକ୍ସୱେଲ ୨ – ୦ -୧୦ -୧