ଓଡିଶା ଅମଲା ସଂଘ ତରଫରୁ ପ୍ରେସ୍ ମିଟ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଅପରାହ୍ନ ସଂନ୍ଧ୍ୟା ୫ ଘଟିକା ସମୟରେ ସ୍ଥାନୀୟ ବସ୍ ଷ୍ଟାଣ୍ଡ ନିକଟସ୍ଥ କୃଷି ଅଫିସ୍ କାର୍ଯ୍ୟାଳୟ ଠାରେ ଓଡିଶା ଅମଲା ସଂଘ ତରଫରୁ ଏକ ପ୍ରେସ୍ ମିଟ୍ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମିକରଣ ଦୀର୍ଘ ଦିନ ଧରି ପୁରଣ ନହେବାରୁ ଅମଲାମାନଙ୍କର ଘୋର ଅସନ୍ତୋଷ ବରମ ସୀମାରେ ଓ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ହୋଇଅଛି । ରାଜ୍ୟ ଓଡିଶା ଅମଲା ସଂଘର ଆହ୍ବାନ କ୍ରମେ ଗତ ତା ୩୦.୧୦.୨୦୨୨ ରିଖ ଆୟୋଜିତ ବୌଠକର ନିଷ୍ପତି କ୍ରମେ ଆସନ୍ତା ତା.୧୫.୧୧. ୨୦୨୨ରିଖରେ ୩୦ ଗୋଟି ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ଏବଂ ତା ୨୭ . ୧୧.୨୦୨୨ରିଖ ଦିନ ଭୁବନେଶ୍ବର ଠାରେ ଆୟୋଜିତ ହେବାକୁ ଥିବା ବିଶାଳ ଅମଲା ସମାବେଶ ରେ ଯୋଗଦାନ ନିମନ୍ତେ ଜିଲ୍ଲା ସ୍ତରରେ ଆମଲାମାନଙ୍କର ଯୋରଦାର ପ୍ରସ୍ତୁତି ।

‘ ଏହି ସରକାର ସମୟରେ ୪ର୍ଥ ଶ୍ରେଣୀ କର୍ମଗୁରୀମାନଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ସମସ୍ତ ବର୍ଗର କର୍ମଗୁରୀଙ୍କ ବେତନର ସମିକରଣ ହୋଇଥିଲେ ମଧ୍ୟ କେବଳ ଜିଲ୍ଲା ସ୍ତରୀୟ ଅମଲାମାନଙ୍କର ବେତନର ସମୀକରଣକୁ ଅଣଦେଖା କରାଯାଉଅଛି ଯାହାଫଳରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ସମ୍ମାନ ବଞ୍ଚିବାର ଅଧିକାରକୁ କ୍ଷୁଣ୍ଣ କରୁଛି । ଯଦି ସରକାର ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଯୁକ୍ତି ଯୁକ୍ତ ଦାବୀ ଯଥା ଶିଶୁ ସୁରଣ ନକରନ୍ତି ତେବେ ଆସନ୍ତା ତା ୨୭ . ୧୧ : ୨୦୨୨ ରିଖରେ ଭୁବନେଶ୍ବରଠାରେ ବିଶାଳ ଜନସବାବେଶ ପାଇଁ ସ୍ଥିରୀକୃତ ହୋଇଛି । ଆଜିର ସଭାରେ ସଭାପତି ଅରୁଣ କୁମାର ବଳିଆର ସିଂହ , ସମ୍ପାଦକ ଗଣେଷ ଚନ୍ଦ୍ର ପୃଷ୍ଟି , ମନୋଜ କୁମାର ସାହୁ , ଶ୍ରୀକାନ୍ତ କୁମାର ସର , ବିଶୃଙ୍ଖଳନ ବହୁ , ମାନସ ସାହୁ , ପ୍ରସାନ୍ତ କୁମାର ମହାନ୍ତି । ସୁସାନ୍ତ କୁମାର ତ୍ରୀପାଠୀ , ହେମନ୍ତ କୁମାର ବେହେରା , ଜୟନ୍ତ କୁମାର ପତି , ଦେବରାଜ ପୃଷ୍ଟି , ଆର୍ଯ୍ୟ ଭୂଷଣ ନାୟକ , ପ୍ରଦୀପ କୁମାର ପାଳ , ଅନିଲ କୁମାର ରାଉତ ଇତ୍ୟାଦି ବ୍ୟକ୍ତି ବୃନ୍ଦ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.