କଟକରେ ପୁଣି ଧରାପଡ଼ିଲା ନକଲି ଜିନିଷ

କଟକ,(ନାଗରାଜ ନ୍ୟୁଜ): କଟକରେ ପୁଣି ଧରାପଡ଼ିଲା ନକଲି ଜିନିଷ । ନିଶ୍ଚିନ୍ତକୋଇଲି ବଜାର ଓ କଟିକଟା ବଜାରରେ ନକଲି ଚା’ ପ୍ୟାକେଟ୍ ଧରାପଡ଼ିଛି । ଏଠାରେ ଏକ ପ୍ରସିଦ୍ଧ ଚା’ ବ୍ରାଣ୍ଡର ନାଁକୁ ବ୍ୟବହାର କରି ନକଲି ଚା’ ବିକ୍ରି ହେଉଥିବା ଖବର ପାଇ ଏକ ତଦନ୍ତକାରୀ ଦଳ ପହଂଚି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବହୁ ପରିମାଣର ନକଲି ଚା’ ପ୍ୟାକେଟ୍ ଜବତ ହୋଇଛି । ଏହି ଚଢ଼ାଉରେ ନିଶ୍ଚିନ୍ତକୋଇଲି ପୋଲିସ୍ ମଧ୍ୟ ସହାୟତା କରିଥିଲା । ନକଲି ଚା’ ଜବତ ହେବା ନେଇ ନିଶ୍ଚିନ୍ତକୋଇଲି ଥାନାରେ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published.