ବାଲେଶ୍ୱର,(ନାଗରାଜ ନ୍ୟୁଜ): ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିସନ (ଏସ ବି ଏମ )ଆରମ୍ଭରୁ ଆଜକୁ ୬/୭ ବର୍ଷ ହେବ ପ୍ରତେକ ଗ୍ରାମ ପଞ୍ଚାୟତରୁ ୧ ରୁ ୪ ଜଣକୁ ସରକାରଙ୍କ ନିୟମ ଅନୁସାରେ ନିଯୁକ୍ତି ମିଳିଥିଲା । ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାର ୧୨ଟି ବ୍ଲକରୁ ୫ ଶହରୁ ଅଧିକ ପୁଅ ଝିଅକୁ ସ୍ଵେଛାଗ୍ରାହୀ(ମୋଟିଭେଟର )ଭାବରେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ମିଳିଥିଲା । ସେହି ପରିପ୍ରେକ୍ଷୀରେ ବାଲିଆପାଳ ବ୍ଲକର ସ୍ଵେଛାଗ୍ରାହୀ ମାନଙ୍କର ଏକ ବୈଠକ ବାଲିଆପାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ସ୍ଵେଛାଗ୍ରାହୀ ସପନ କୁମାର ବାଗ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ସମସ୍ତ ସ୍ବେଛାଗ୍ରାହୀ ମାନେ ଉପସ୍ଥିତ ରହିଥିଲେ । ସ୍ୱଚ୍ଛ ଭାରତରେ ଗାଁ କୁ ଗାଁ, ଘର କୁ ଘର ଓ ସାହି କୁ ସାହି ବୁଲି ବୁଲି ଲୋକମାନଙ୍କୁ ସଚେତନ କରାଉଥିଲେ ବାହାରେ ମଳତ୍ୟାଗ ନକରିବା ପାଇଁ । ଯେଉଁମାନେ ବାହାରେ ମଳତ୍ୟାଗ କରୁଥିଲେ ସେମାନଙ୍କୁ ବୁଝାସୁଝା କରି ସ୍ବଚ୍ଛ ଭାରତ ପାଇଖାନା ବ୍ଯବହାରରେ ଅଭ୍ଯସ୍ତ କରାଉଥିଲେ । ଏଥିପାଇଁ ଅନେକ ଲୋକଙ୍କ ଠାରୁ ଗାଳିମଧ୍ଯ ଶୁଣୁଥିଲେ ।
ହେଲେ ସ୍ଵେଛାଗ୍ରାହୀ ମାନଙ୍କୁ ସରକାର ଅଣଦେଖା କରୁଛନ୍ତି ବୋଲି ବୈଠକରେ ଆଲୋଚନା ହୋଇଥିଲା । ସ୍ୱଚ୍ଛ ଭାରତ ଯୋଜନାରେ ଜିଲ୍ଲା, ରାଜ୍ୟ ଓ ଦେଶ ବହୁତ ଆଗରେ କହି କହି ପୁରସ୍କାର ପାଉଛନ୍ତି ସରକାର । ସ୍ଵେଛାଗ୍ରାହୀ ମାନଙ୍କ ଆକସ୍ମିକ ବୁଧି, କୌଶଳ ଓ ପରିଶ୍ରମ ପାଇଁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଆଗେଇ ଚାଲିଛି । ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ କାମ ଦେବାରେ ସମ୍ପୂର୍ଣ ବିଫଳ,କଥା କହୁଛନ୍ତି ଶହେ କୁଇଁଟାଲ କଥାଟି ହେଉଛି ପାଣିର ଗାର । ତାକୁ ଦେଉଛ ୟାକୁ ଦେଉଛ ଆମ ବେଳକୁ କାହିଁ ଆଖି ବୁଜି ପକାଉଛ । ସରକାର ସ୍ଵେଛାଗ୍ରାହୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ନଚେତ ଆଗାମୀ ଦିନରେ ରାଜରାସ୍ତା,ବ୍ଲକ ସମତେ ଜିଲ୍ଲାପାଳ ଓ ବିଧାନସଭା ଆଗରେ ବିକ୍ଷୋଭ ସହିତ ଧାରଣାରେ ବସିବେ ବୋଲି କହିଛନ୍ତି ଆୟୋଜିତ ବୈଠକରେ ସ୍ବେଚ୍ଛାଗ୍ରାହୀ ମାନେ ଆଲୋଚନା କରିଥିଲେ ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ