ଆନ୍ଦୋଳନ ପାଇଁ ଧମକ ଦେଲା କୃଷକ ସାଥୀ ସଂଗଠନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ପଞ୍ଚୁଲିଙ୍ଗେଶ୍ର ପାନ୍ଥଶାଳା ନିକଟରେ ଦରମା ବୃଦ୍ଧି ନେଇକୃଷକ ସାଥୀ ମାନଙ୍କ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃଷକ ସାଥୀ ମାନଙ୍କର ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି । ଏହି ବୈଠକରେ ବିଭିନ୍ନ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଛନ୍ତି । ଉକ୍ତ ବୈଠକରେ ଔପଦା ବ୍ଲକର ୧୧ଗୋଟି ପଂଚାୟତରୁ ସମସ୍ତ ସାଥୀ ମାନେ ଉପସ୍ଥିତ ଥିଲେ । ଏଥିରେ ପ୍ରମୋଦ କୁମାର ମହାପାତ୍ର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଶରତ କୁମାର ପୃଷ୍ଟି କାର୍ଯ୍ୟକରୀ ସଭାପତି, ଅନନ୍ତ ଦାସ ଉପ- ସଭାପତି, ବେଣୁଧର ବାରିକ ସମ୍ପାଦକ, ସଚ୍ଚିତାନନ୍ଦ ପୁହାଣ କାର୍ଯ୍ୟକାରୀ ସମ୍ପାଦକ, ଜ୍ଞାନ ରଞ୍ଜନ ଜେନା ସହ-ସମ୍ପାଦକ, ଗୟାଧର ମଳିକ କୋଷାଧକ୍ଷ ଓ ଲଷ୍ମୀକାନ୍ତ ମିଶ୍ର ସହ-କୋଷାଧକ୍ଷ ଭାବରେ ମନୋନୀତ ହୋଇଛନ୍ତି । ଉକ୍ତ ମନୋନୟନ କାର୍ଯ୍ୟକ୍ରମରେ ବାଲେଶ୍ୱରର ସଭାପତି ପ୍ରଶାନ୍ତ ପରିଡା ଉପସ୍ଥିତ ଥିଲେ । ଆଗାମୀ ଦିନରେ ଦରମା ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତି ଦାବି ନେଇ ସରକାରକୁ ଘେରିବାର ଯୋଜନା ରହିଛି ବୋଲି ବୈଠକରେ ସିଦ୍ଧାନ୍ତ ହୋଇଛି । ସରକାର ଯଦି ଏଥିପ୍ରତି କର୍ଣ୍ଣପାତନ କରନ୍ତି, ଆଗାମୀ ଦିନରେ ବିରାଟ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଂଗଠନ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.