ନାଗରାଜ ନ୍ୟୁଜ୍ ବ୍ୟୁରୋ: ସଙ୍ଗରୋଧରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ କଥା ଜଣାପଡିବା ପରେ, ଟ୍ରମ୍ପ ନିଜକୁ କ୍ୱାରେଂଟାଇନ୍ କରି ନେଇଛନ୍ତି । ଟ୍ରମ୍ପଙ୍କ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ମଧ୍ୟ ସଂଗରୋଧରେ ରଖିଛନ୍ତି ।
ଆଗକୁ ଆମେରିକାରେ ନିର୍ବାଚନ ରହିଥିବା ବେଳେ ଏପରି କରୋନା ପଜିଟିଭ୍ ଖବର ଟ୍ରମ୍ପଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଯାହା ଏହା ଟ୍ରମ୍ପଙ୍କ ପ୍ରଚାର କାର୍ଯ୍ୟରେ ବଡ ବାଧକ ହୋଇପାରେ ।