ବ୍ଲକସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ କୁପାରୀ ପରିସରରେ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲୋକ ବିହାରୀ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ଏବିଇଓ ଶ୍ରୀଧର ବେହେରା ଓ ଗୌରାଙ୍ଗ ମହାପାତ୍ର ଓ ହେମନ୍ତ କୁମାର ମିଶ୍ର । ପରେ ପରେ ମଞ୍ଚାସୀନ ହୋଇ ବାର୍ଷିକ କ୍ରୀଡ଼ା ଉତ୍ସବର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତତ୍ତ୍ୱାବଧାନରେ ପିଲାମାନେ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ନାମ ପଞ୍ଚିକରଣ କରିଥିଲେ । ଏହି ଉତ୍ସବ ୨ଦିନ ଧରି ଚାଲିବ । ୯ମ ଓ ୧୦ ଶ୍ରେଣୀ ପିଲାଙ୍କୁ ସିନିୟର ଏବଂ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ପିଲାମାନଙ୍କୁ ଜୁନିୟର ବିଭାଗରେ ବିଭକ୍ତ କରାଯାଇଥିଲା । ପ୍ରଥମ ଦିନରେ ୧୦୦ ମିଟର, ୨୦୦ ମିଟର ଓ ୪୦୦ ମିଟର ଦୌଡ଼ ଉଭୟ ଗୃପର ପିଲା ମାନଙ୍କୁ ନେଇ ଆରମ୍ଭ ହୋଇଥିବା ବେଳେ ୬୦୦ମିଟର ଦୌଡ଼ କେବଳ ଜୁନିୟର ଗୃପର ପିଲା ମାନଙ୍କ ମଧ୍ୟରେ ହୋଇଥିଲା । ସେହିପରି ୮୦୦ମିଟର ଓ ୧୫୦୦ମିଟର ଦୌଡ଼ କେବଳ ସିନିୟର ପିଲା ମାନଙ୍କ ମଧ୍ୟରେ ହୋଇଥିଲା । ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଜିଭିଲିଙ୍ଗ୍ ଓ ଡିସକସ୍ ସମେତ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ହୋଇଥିଲା । ଏଥିରେ ପ୍ରତ୍ୟେକ ବିଦ୍ୟାଳୟର ପ୍ରତିଯୋଗୀ ମାନଙ୍କୁ ମିଶାଇ ମୋଟ ୩୧୫ ଜଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ନାମ ପଞ୍ଚିକରଣ କରିଥିଲେ ।

ସେହିପରି ଆସନ୍ତାକାଲି ଅର୍ଥାତ୍ ତା ୨୦/୧୨/୨୨ ରିଖ ଉଦଯାପନୀ ଦିବସରେ ଖୋଖୋ, କବାଡି ଓ ବ୍ଯାଡମିଣ୍ଟନ ସହିତ ପ୍ରଥମ ଦିନରେ ବାକି ରହି ଯାଇଥିବା ଖେଳ ଶେଷ ହେବ । ଖେଳ ଶେଷରେ ଉଦଯାପନୀ ସଭା ଅନୁଷ୍ଠିତ ହେବ । ମଞ୍ଚାସୀନ ଅତିଥି ମାନେ ପିଲା ମାନଙ୍କୁ କ୍ରୀଡ଼ାର ଉପକାରିତା ବିଷୟରେ ଉଦବୋଧନ ଦେବେ । ୨ଦିନ ଧରି ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପିଲା ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯିବ ବୋଲି ବିଦ୍ୟାଳୟ ତରଫରୁ ସୂଚନା ମିଳିଛି । ଏଥିରେ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.