269
କଟକ,(ନାଗରାଜ ନ୍ୟୁଜ): ଚଳିତ ହକୀ ପୁରୁଷ ବିଶ୍ଵକପ ୨୦୨୩ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହକି ଖେଳର ପରିବେଶ ସୃଷ୍ଟି ପାଇଁ ଆଜି ଓଡ଼ିଶାର ଏକ ସର୍ବପୁରାତନ ବିଦ୍ୟାଳୟ ତଥା କଟକର ରେଭେନ୍ସା କଲିଜିଏଟ୍ ସ୍କୁଲ ଠାରେ ଏକ ହକୀ କ୍ଳବ୍ ଉଦ୍ଘାଟିତ ହୋଇଯାଇଛି। କଟକ ସହରରେ ପ୍ରଥମ ଥର ପାଇଁ ବିଦ୍ୟାଳୟ ସ୍ତରରେ ଏହି ହକୀ କ୍ଳବର୍ ଶୁଭାରମ୍ଭ ହୋଇଛି। କଟକ ଜିଲ୍ଲା ପାଳ ଶ୍ରୀ ଭବାନୀ ଶଙ୍କର ଚଇନି ଆନୁଷ୍ଠାନିକ ଭାବରେ ଏହି ହକି କ୍ଳବକୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ଚଇନି ହକି କ୍ଳବକୁ ଉଦ୍ଘାଟନ କରି କହିଲେ ରାଜ୍ୟରେ କ୍ରୀଡା କ୍ଷେତ୍ରରେ ଏକ ନୂତନ ଯୁଗର ସୃଷ୍ଟି ହୋଇଛି । ବିଶେଷ କରି ଓଡ଼ିଶାରେ ହକୀ ପୁରୁଷ ବିଶ୍ଵକପ ଜୋଗିତା ଅନୁଷ୍ଠିତ ହେଉଥିବାରୁ କ୍ରୀଡା ପ୍ରେମୀ, ଖେଳାଳୀ ଏବଂ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି । ଏହି କ୍ଲବର୍ ମୂଲ ଲକ୍ଷ୍ୟ ହେଲା ବିଦ୍ୟାଳୟ ସ୍ତରରେ ହକି ଖେଳର ପ୍ରଚାର ଓ ପ୍ରସାର ହେବ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ଉଦ୍ଘାଟନ ଉତ୍ସବରେ ବାଳକ ବାଳିକା ମଧ୍ୟରେ ଏକ ହକୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟ କ୍ରମରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମି ରଞ୍ଜନ ସାମନ୍ତରାଏ ଏବଂ ଅନ୍ୟାନ୍ୟ ପଦା ଅଧିକାରୀ ମାନେ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟତ୍ରି ଡକ୍ଟର ଅନୁସ୍ମିତା ସ୍ଵାଇଁ ସ୍ଵାଗତ ଭାଷଣ ଦେଇଥିଲେ। କ୍ରୀଡା ଶିକ୍ଷକ ଜ୍ଞାନରଞ୍ଜନ ଧଳ ହକୀ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ।ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି ହକୀ କ୍ଳବ୍ ଉଦ୍ଘାଟନୀ ସହିତ ଏକ ସୃଜନିକା ସଙ୍ଗୀତ ଶ୍ରେଣୀ ଗୃହକୁ ଉଦ୍ଘାଟନ କରିଥିଲେ। ସଙ୍ଗୀତ ଶିକ୍ଷକ ବିଶ୍ଵନାଥ ମିଶ୍ରଙ୍କର ନିର୍ଦ୍ଦେଶନାରେ ଛାତ୍ରୀ ମାନେ ସମବେତ ସଙ୍ଗୀତ ପରିବେଷଣ କରିଥିଲେ।