ବାରଙ୍ଗ,( ନାଗରାଜ ନ୍ୟୁଜ ) ଶିକ୍ଷାରୁ ବଞ୍ଚିତ ଆଦିବାସୀ ପିଲାଙ୍କ ଭବିଷ୍ୟତ ଗଠନରେ ଯେଉଁ ମହତ ପରିକଳ୍ପନାର ସ୍ଵପ୍ନ ଦେଖି ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଟିକି ବାବା ଅନୁଷ୍ଠାନଟି କରିଛନ୍ତି ତାହା ମୋତେ ଅଭିଭୂତ କରିଛି। ତାଙ୍କ ସ୍ଵପ୍ନ ନିଶ୍ଚିତ ସାକାର ହେବ। ଅନୁଷ୍ଠାନଟି ଆଦିବାସୀ ପିଲାଙ୍କ ଭବିଷ୍ୟତ ଗଠନର କାରଖାନାରେ ପରିଣତ ହେବ । ଏ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କମନା କରୁଛି। ଅନୁଷ୍ଠାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯାହା ସହାୟତା ଅଛି ସେ ସହାୟତା ପହଞ୍ଚାଇବା ପ୍ରତି ପ୍ରୟାସ କରିିବି ବୋଲି ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ର ର ରତାଗଡ ଭାଲୁଙ୍କାସ୍ଥିତ ଶ୍ରୀ ଶ୍ରୀ ଟିକି ବାବା ଅଦର୍ଶ ଶିକ୍ଷା ସଂସ୍ଥାନର ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ।
ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଟିକି ବାବାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ସମ୍ପାଦକ ବାଳକୃଷ୍ଣ ସବର । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସବର କହିଥିଲେ ଅଦିବାସି ବାଳକଙ୍କ ଶିକ୍ଷିତ କରି ଉଜ୍ବଳ ଭବିଷ୍ୟତ ଗଠନ କରିବା ସେମାନଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବା ଯେଉଁ ପ୍ରୟାସ ଏଠାରେ ଜାରୀ ରହିଛି ତାଙ୍କ ସଂଗଠ ଏହାକୁ ପୂର୍ଣ୍ଣ ସହଯୋଗ କରିବ ।
ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହୃଶିକେଶ ବେଉରା,ଭାରତ ବିକାଶ ପରିଷଦର ପ୍ରଦୀପ ମହାରଣା,ପୂର୍ବତନ ସରପଞ୍ଚ ସୁନିଲ ସିଂ,ବିଦ୍ୟାଳୟର ଅଧ୍ୟକ୍ଷ ବନମାଳୀ ଦାସ,ସମ୍ପାଦକ ତ୍ରିଲୋଚନ ସାହୁ,ସହସମ୍ପାଦକ ଅମିତ କେଶ,ଉମେଶ ଚନ୍ଦ୍ର ପଣ୍ଡା,ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷାଅଧିକାରୀ ଯୋଗେନ୍ଦ୍ର ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାର ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲଶ। ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା।