ଭୁବନେଶ୍ବର: ଗରିବ ଲୋକଙ୍କ ପଖାଳ କଂସାର ସାଥୀ ପିଆଜ ଦର ଦିନକୁ ଦିନ ଘୁ ଘୁ ହୋଇ ବଢିବାରେ ଲାଗିଛି। ପିଆଜ କିଣିବାକୁ ବଜାରକୁ ଯାଇ ସାଧାରଣ ଲୋକ କିଲୋ ପିଛା ୪୦ ଟଙ୍କା ଦର ଶୁଣି ମୁହଁ ଫେରାଉଛି। ଅଗକୁ ଏହି ଦର ଆହୁରି ଉତ୍କଟ ହେବାର ଆଶା କରାଯାଉଛି। ପିଆଜ କିଲୋ ୬୦ଟଙ୍କା ଟପିବାର ଆଶା କରାଯାଉଛି। ଘର ପରିବା ଡାଲାରେ ଶୋଭା ବର୍ଦ୍ଧନ କରୁଥିବା ଲାଲ ଟହଟହ ପିଆଜକୁ ଆଉ ଦେଖିବାକୁ ମିଳୁନି। ପରିସ୍ଥିତି ଏପରି ହୋଇଛି ପରିବା ଡାଲା ପିଆଜକୁ ଝୁରୁଛି।