ଢେଙ୍କାନାଳ,(ନାଗରାଜ ନ୍ୟୁଜ): ପ୍ରତିଦିନ ଦିନରାତି ବିଭିନ୍ନ ପ୍ରକାର ଗାଡି ଚାଳନା କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଥିବା ଗାଡି ଚାଳକ ମାନଙ୍କର ବିଭିନ୍ନ ପ୍ରକାରସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସଫଳତା ଏମାନଙ୍କୁ ମିଳି ନାହିଁ ଯାହାକୁ ନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚଳିତ ମାସ୧୫ତାରିଖ ଠାରୁ ସମଗ୍ର ରାଜ୍ୟରେ ଡ୍ରାଇଭର ଧର୍ମଘଟ ଓ ଚକା ବନ୍ଦ ଡାକରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିଆଯାଇଛି ଏହି ପରି ପେକ୍ଷିରେ ଏହାର ପ୍ରତିଫଳନ ଗଁଦିଆ ବ୍ଲକରେ ଦେଖିବାକୁ ମିଳିଛି ବ୍ଲକ ସଂଘ ପକ୍ଷରୁ ସଭାପତି ଗୌରାଙ୍ଗ ଚରଣ ମଲିକ ସମ୍ପାଦକ ପ୍ରମୋଦ କୁମାର ସାହୁ ଓ ସହ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ଙ୍କର ମିଳିତ ନେତୃତ୍ୱରେ ଆଜି ଡ୍ରାଇଭର ମାନେ ସ୍ଥାନୀୟ ତହସିଲଦାର ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ଗଁଦିଆ ଓକିଲ ସଂଘ ଓ ଗଁଦିଆ ସାମ୍ବାଦିକ ସଙ୍ଘ କୁ ଲିଖିତ ଭାବେ ତାଙ୍କର ଦାବି ସମ୍ପର୍କରେ ଅବଗତ କରାଇଛନ୍ତି .
ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ