ଢେଙ୍କାନାଳ,(ନାଗରାଜ ନ୍ୟୁଜ): ସମଗ୍ର ରାଜ୍ୟରେ ଲୋକସେବା ଦିବସ ପାଳନ ପରିପେକ୍ଷିରର ଆଜି ଗଁଦିଆ ପଞ୍ଚାୟତସମିତି କନଫେରେନ୍ସ ଗୃହ ପରିସରରେ ବ୍ଲକ ସ୍ତରୀୟ ଲୋକସେବା ଦିବସ ବ୍ଲକ ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି ଗଁଦିଆ ଗୋଷ୍ଟିଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଙ୍କର ଅଧକ୍ଷତାରେ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ଅଧକ୍ଷା ରିନାରାଣୀ ଖଟୁଆ ସମ୍ମାନିତ ଅତିଥି ଭାବରେ ବ୍ଲକ ବି ଜେ ଡି ସଭାପତି ବିଶ୍ୱନାଥ ଜେନା ପ୍ରମୁଖ ଯୋଗଦାନ କରିଥିଲେ ମୁଖ୍ୟ ଅତିଥି ଆଜିର ଦିବସ ପାଳନ ଅବସରରେ କହିଥିଲେ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନ ଗୁଡିକ କିପରି ଲୋକଙ୍କ ପାଖରେ ପହଁଚି ପାରିବ ତାହା2ଆମର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ଅଟେ ଅନ୍ୟତମ ଅତିଥି ଶ୍ରୀ ଜେନା କହିଛନ୍ତି ଯେ ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଦିବସ ଏହାକୁ ପ୍ରଥମେ ପଞ୍ଚାୟତରାଜଦିବସ ରୂପେ ପାଳନ କରାଯାଉଥିଲା କିନ୍ତୁ ଏହାକୁ ଲୋକସେବା ଦିବସ ଭାବରେ ରାଜ୍ୟ ସରକାର ଙ୍କ ପକ୍ଷରୁ ପାଳନ କରାଯାଉଛି କିପରି ଜନ ହିତକାରୀ ଯୋଜନା ଗୁଡିକର ସୁଫଳ ସିଧାସଳଖ ଲୋକମାନେ ପାଇବେ ତାହା ହିଁ ଆଜିର ଦିବସର ଗୁରୁତ୍ୱ ବହନ କରେ ବି ଡି ଓ ଶ୍ରୀ ସାହୁ କହିଥିଲେ ସରକାର ଙ୍କ ତରଫରୁ ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ ହେଉଛି ତାହାର ସଫଳ ରୂପାୟନ କିପରି ହେବ ଓ ଏହାର ଲାଭ ହିତାଧିକାରୀ ମାନେ ପାଇବେ ସେଥିପାଇଁ ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧି ମାନଙ୍କର ମିଳିତ ସହଯୋଗ ଉପରେ ତାହା ସମ୍ଭବ ବୋଲି କହିଥିଲେ ଉକ୍ତ ବୈଠକରେ ବ୍ଲକର ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଯୋଗଦାନ କରିଥିଲେ .
ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ