ମାଟ୍ରିକ ପରୀକ୍ଷା ଆରମ୍ଭ

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନାରେ ଆଜି ଠାରୁ 2023 ବର୍ଷ ପାଇଁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ରାଜ୍ୟରେ ମୋଟ 5 ଲକ୍ଷ 41 ହଜାର 247 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥି ପାଇଁ 3218 ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରଶ୍ନ ପତ୍ର କୁ ସୁରକ୍ଷା ବ୍ୟବସ୍ଥା ପାଇଁ 316 ଟି ନୋଡାଲ ସେଣ୍ଟର ସ୍ଥାପନ କରାଯାଇଛି। କେବଳ କଟକ ଜିଲ୍ଲାରେ 161 ଟି ପରୀକ୍ଷା କେନ୍ଦ୍ରରେ 28854 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। ପ୍ରଶ୍ନ ପତ୍ର ରଖିବା ପାଇ 17 ଟି ନୋଡାଲ ସେଣ୍ଟର କରାଯାଇଛି। କଡା ସୁରକ୍ଷା ମଧ୍ୟରେ ପରୀକ୍ଷା ଆରମ୍ଭ ହୋଇଛି।ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସୁରକ୍ଷା ଦାୟୀତ୍ୱରେ ଅଛନ୍ତି।ପରୀକ୍ଷାରେ କପି ରୋକିବା ପାଇଁ ତିନି ଥାକିଆ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଏଥି ପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି।ବିଭିନ୍ନ ପରୀକ୍ଷା କେନ୍ଦ୍ର ମାନଙ୍କରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏବଂ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି କ୍ୟାମେରା ଖଞ୍ଜା ଯାଇଛି । ସ୍ଵତନ୍ତ୍ର ସ୍କୁଆର୍ଡ ଦଳ ବିଭିନ୍ନ ପରୀକ୍ଷା କେନ୍ଦ୍ର କୁ ଯାଇ ତଦାରଖ କରୁଛନ୍ତି। ସକାଳ ଆଠ ଘଟିକା ଠାରୁ ପରୀକ୍ଷା ଆରମ୍ଭ ହୋଇ ଦିନ 10 ଘଟିକା ପର୍ଯ୍ୟନ୍ତ ଚାଲିବ। ଗଣିତ ପରୀକ୍ଷା ଦିନ ଛାତ୍ର ଛାତ୍ରୀ ମାନଙ୍କୁ 15 ମିନିଟ୍ ଅଧିକ ସମୟ ଦିଆଯିବ।

Leave a Reply

Your email address will not be published.