ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

କଟକ,(ନାଗରାଜ ନ୍ୟୁଜ): ଆଜି ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ଆହ୍ବାନ କ୍ରମେ କଟକ ସଦର ଓ କଟକ ମହାନଗର ନିଗମ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବି ୧-ପ୍ରାଥମିକ ଶିକ୍ଷକ ଠିକା ନିଯୁକ୍ତି ବନ୍ଦ କରିବା ସହ 6ବର୍ଷ/8ବର୍ଷ ଠିକା ସମୟକୁ ସମସ୍ତ ସ୍ବେଛାସେବୀ ଶିକ୍ଷା ସହାୟକ/କନିଷ୍ଠ ଶିକ୍ଷକ ଙ୍କ ମୂଳ ଚାକିରି ରେ ଗଣନା ପୁର୍ବକ 6କିମ୍ବା 8 ଟି ନୋସନାଲ ଇନକ୍ରୀମମେଣ୍ଟ ପ୍ରଦାନ ସହ ସାଧାରଣ ପ୍ରଶାସନ ବିଭାଗ ର 16/10/22ରିଖ ସଂକଳ୍ପ ନାମା କୁ କାର୍ଯକାରୀ କରିବା,
୨-କେନ୍ଦ୍ରୀୟ ହାର ରେ ଦରମା ପ୍ରଦାନ କରିବା
୩-ପୁରୁଣା ପେନସନ ର ପୁନଃ ପ୍ରଚଳନ କରିବା ଦାବି ନେଇ କଟକ ସଦର ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଉମା କାନ୍ତ ବେହେରା, କାର୍ଯକାରୀ ସଭାପତି ରାଜକିଶୋର ସାହୁ, ସମ୍ପାଦକ ଆରତ ଭଞ୍ଜନ ସାହୁ, ସୁବାସ ଚନ୍ଦ୍ର ଶତପଥୀ, ଶଙ୍କର୍ଷଣ ବେହେରା, ଶଙ୍କର ସ୍ୱାଇଁ, ଭାରତୀ କାନୁନଗୋ, କାଶୀଫୁଲ ଇଶ୍ଲାମ, ଭାରତୀ କାନୁନଗୋ, ବିରଞ୍ଚି ବେହେରା, ଅନାଥ ବେହେରା,ସେକ୍ ରକିବ ମହମ୍ମଦ, ବିରଜା ମିଶ୍ର, ଜ୍ୟୋତି ରେଖା ମହାନ୍ତି, ଅଞ୍ଜନ ସେଠୀ, ଅଜିତ ସେନାପତି, ଜୟନ୍ତି ନାୟକ, ଶକୁନ୍ତଳା ସାହୁ ପ୍ରମୁଖ ଉକ୍ତ ତିନି ଦଫା ଦାବି ପୂରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ କଟକ ସଦର ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published.