କଟକ,(ନାଗରାଜ ନ୍ୟୁଜ): ଆଜି କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ଅଗ୍ରୱାଲ ଡାଇମଣ୍ଡ ଜୁଏଲର୍ସ ଦ୍ୱାରା ଓ ଆମେରିକା ଯେମୋଲୋଜିକାଲ ଇନଷ୍ଟିଚ୍ୟୁଟ ସହାୟତାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଦୀର୍ଘ 2 ଘଣ୍ଟା ଧରି ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଟି କ୍ୟାଣ୍ଟନମେଣ୍ଟ ରୋଡ଼ସ୍ଥିତ ଚାଇ ବ୍ରେକ ଠାରେ ଅନୁଷ୍ଠିତ ହୋଇଥିଲା ଓ ଏଥି ରେ 60 ରୁ ଅଧିକ ଏଣ୍ଟରପ୍ରାଇଜ ଏବଂ ଗ୍ରାହକ ଅଂଶ ଗ୍ରହଣ କରିଥିଲେ l ଏହି ସାମାଜିକ ସଚେତନତା କାର୍ଯ୍ୟକ୍ରମ ର ମୂଳ ଉଦେଶ୍ୟ ହେଲା ଅଳଙ୍କାର ଖୁଚୁରା ବ୍ୟବସାୟୀ ଏବଂ ଗ୍ରାହକ ଙ୍କୁ ସୁନା ହଲମାର୍କିଂ ପ୍ରଣାଳୀ ଏବଂ ହୀରାର ଗୁଣ 4-C, ହୀରା ଉପରେ ଜ୍ଞାନ ଓ କ୍ରୟ ପୂର୍ବରୁ ଏହାକୁ ଯାଞ୍ଚ କରିବାପାଇଁ ପଦକ୍ଷେପ ବିଷୟରେ ଶିକ୍ଷା ଦେବା l ଏହି ପ୍ରଶିକ୍ଷଣ ଅଗ୍ରୱାଲ ଡାଇମଣ୍ଡ ଜୁଏଲର୍ସ ର ମାଲିକ ଶ୍ରୀ ଗୌରବ ଅଗ୍ରୱାଲ ଏବଂ ଜିଆଇଏ ର ପ୍ରଶିକ୍ଷଣ ଆକାଶ ମିତ୍ର ଙ୍କ ଦ୍ୱାରା ପ୍ରଦାନ କରାଯାଇଛି l ଏହି ଅବସରରେ ଶ୍ରୀ ସଞ୍ଜୟ ଅଗ୍ରୱାଲ, ଶ୍ରୀ ଅନମୋଲ କୁମାର ଅଗ୍ରୱାଲ, ଶ୍ରୀମତୀ ହେମଲତା ଅଗ୍ରୱାଲ, ଶ୍ରୀମତୀ ପ୍ରୀତି ଅଗ୍ରୱାଲ, ଶ୍ରୀମତୀ ଶାଳିନୀ ଅଗ୍ରୱାଲ, ଶ୍ରୀ ଆୟୁଷ ପାଟନୀ ଏବଂ ଅନ୍ୟ ମାନେ ଉପଯୁକ୍ତ ଭାବରେ ସମର୍ଥନ କରିଥିଲେ l