ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ,ଓଡ଼ିଶାରେ ଓଡ଼ିଶା ଦିବସ -୨୦୨୩ ପାଳିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଶନିବାର ଦିବା ୦୮ ଘଟିକା ସମୟରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି ନିରାଡ଼ମ୍ବର ଭାବରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଓଡ଼ିଶା ଦିବସ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧(କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ ସହକାରୀ ଶିକ୍ଷକ ତଥା ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ,ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ,ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ତଥା କର୍ମଚାରୀବୃନ୍ଦଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ସଭାପତିତ୍ୱ କରିଥିଲେ।ଓଡ଼ିଶା ଦିବସ ଉପଲକ୍ଷେ ଅନୁଷ୍ଠିତ ବ୍ଲକ ସ୍ତରରେ, ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରରେ ଯୋଗଦାନ କରି ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହୋଇଥିବା ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା ସାହୁ,ଦଶମଶ୍ରେଣୀ ଛାତ୍ର ଆଶୁତୋଷ ତ୍ରିପାଠୀଙ୍କ ସମେତ ଅନେକ ଛାତ୍ରୀ, ଛାତ୍ର ସ୍ଵୀୟ ବକ୍ତବ୍ୟରେ ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରି ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ସହଭାଗୀ ହୋଇ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ।ସଂଯୋଜକ ତଥା ସଭାପତି ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟରେ ଓଡ଼ିଶା ଦିବସ ପାଳନର ଆବଶ୍ୟକତା, ଉଦ୍ଦେଶ୍ୟ,ଯଥାର୍ଥତା,ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାର ସୁରକ୍ଷା ହିଁ ଓଡ଼ିଶାର ଅସ୍ମିତା ରକ୍ଷାର ପ୍ରଥମ ସୋପାନ ବୋଲି ଦୃଢ଼ ମତପୋଷଣ କରି ସମସ୍ତେ ଏଥିପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ ଓ ଓଡ଼ିଆ ଭାଷା ସୁରକ୍ଷା ସମ୍ପର୍କରେ ସ୍ୱରଚିତ ଦୁଇଟି କବିତା ଆବୃତ୍ତି କରିଥିଲେ।

ପ୍ରାତଃ ୦୯ ଘଟିକା ସମୟରେ ବିଦ୍ୟାଳୟର ଛାତ୍ରୀ, ଛାତ୍ର ମାନେ ଓଡ଼ିଶା ଦିବସ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରଭାତ ଫେରି ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ସହର ପରିକ୍ରମାରେ ସଫଳ ଅଂଶଗ୍ରହଣ କରି ଥିଲେ ଓ ସାନ୍ଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଶଂସାପତ୍ର ଓ ପୁରସ୍କାର ଲାଭ କରିଥିଲେ।ଏହି ଅବସରରେ ବିଦ୍ୟାଳୟରେ ଅବସ୍ଥାପିତ ପଞ୍ଚସଖା,ବ୍ରଜନାଥ ବଡ଼ଜେନା,ନୃସିଂହ କାନୁନଗୋ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଗଣେଶ, ସରସ୍ୱତୀ ଓ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ,ଧୂପ ଦୀପ ଅର୍ପଣ କରାଯାଇ ସମ୍ମିଳିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରା ଯାଇଥିଲା।ଏତଦବ୍ୟତୀତ ଦୀର୍ଘ ବର୍ଷ ପରେ ପୁନର୍ବାର ବିଦ୍ୟାଳୟର ଦାୟିତ୍ୱରେ ବରିଷ୍ଠ ଶିକ୍ଷକ କିଶୋର ଦେବୀ ପ୍ରସାଦ ମିଶ୍ର, ସୁଚିତ୍ରା ସାହୁ ଓ ସମସ୍ତ ପାଚିକା ବୃନ୍ଦ ,ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଭ୍ୟ ମାନଙ୍କର ମିଳିତ ମାର୍ଗଦର୍ଶନ ଓ ସହଯୋଗରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉପସ୍ଥିତ ସମସ୍ତ ଛାତ୍ରୀ, ଛାତ୍ର ମାନଙ୍କୁ ରନ୍ଧନ ଖାଦ୍ୟ ପରିବେଷଣ କରାଯାଇଥିଲା ଓ ସମସ୍ତେ ତାହାକୁ ଆନନ୍ଦରେ ଗ୍ରହଣ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ, ସଦସ୍ୟା ଝରଣା ପାତ୍ର, ମୀନା ନାଏକ,ସୀମା ରାଣୀ ସାହୁ, ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା, ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ, ବିରଞ୍ଚି ନାଏକ,ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ସ୍ବର୍ଣ୍ଣମୟୀ ଶତପଥୀ ,ଧ୍ୟାନଚାନ୍ଦ ମିଶ୍ର,ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଡ଼ଃ ଅନୁପମା ମିଶ୍ର,କିଶୋର ଚନ୍ଦ୍ର ସାମଲ,କିରଣମୟୀ ମାହାଳିକ,ଦିପ୍ତୀଶ କୁମାର ଶତପଥୀ,କଲ୍ୟାଣୀ ବଡ଼ଜେନା, ସ୍ମିତିସୁଧା ଜେନା,ସୁଚିତ୍ରା ସାହୁ,ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, ସୁନିତା ନାଥ,ସ୍ମିତା ପଟ୍ଟନାୟକ, ଅନିତା ସାହୁ, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା, ପ୍ରଫୁଲ୍ଲ ବିଶ୍ଵାଳ,ବାସୁଦେବ ରଣା,ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସହକାରୀ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ଆଜିର ସମସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.