ଭୁବନେଶ୍ଵର: ଗତ କାଲି ବିଳମ୍ୱିତ ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଚୀର ଭାଙ୍ଗି ପସିଥିଲା ଚନ୍ଦକା ଜଙ୍ଗଲର ହାତୀ । ନନ୍ଦନକାନନର ୨ ଜାଗା ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ଗୋଟିଏ ଜାଗାରେ ପ୍ରାଚୀର ଭାଙ୍ଗି ପସିଥିବା ସକାଳୁ ନନ୍ଦନକାନନ କର୍ମଚାରୀ ଜାଣିବାକୁ ପାଇଥିଲେ। ରବିବାର ରାତି ପ୍ରାୟ ୨ଟା ପରେ ପ୍ରାଚୀର ଭାଙ୍ଗି ପସିଥିବା ଅନୁମାନ କରିଛନ୍ତି ନନ୍ଦନକାନନ କର୍ତୁପକ୍ଷ । ତେବେ ଜଙ୍ଗଲି ହାତୀଟି ପ୍ରବେଶ କରିବା ପରେ କିଛି କ୍ଷୟକ୍ଷତି ନକରି ପୁଣି ଜଙ୍ଗଲକୁ ଫେରିଯାଇଥିବା କର୍ତୁପକ୍ଷ ସୂଚନା ଦେଇଛନ୍ତି। ଭଙ୍ଗା ପ୍ରାଚୀର ଜାଗାକୁ ତାର ଜାଲି ଦେଇ ଆବଦ୍ଧ କରାଯାଇଛି।