ଉତ୍କଳ ବିଶ୍ବ ବିଦ୍ୟାଳୟ +୩ କଳାରେ ବାରଙ୍ଗ ଝିଅ ଶୀର୍ଷରେ

କଟକ: ବାରଙ୍ଗ କୁଞ୍ଜବିହାରୀ କଲେଜର ଛାତ୍ରୀ ତଥା ବାରଙ୍ଗ ବ୍ଲକର ବଚ୍ଛିପୁର ଗ୍ରାମର ଶୁଭଶ୍ରୀ ବେହେରା ଉତ୍କଳ ବିଶ୍ବ ବିଦ୍ୟାଳ +୩ କଳା ପରୀକ୍ଷା ଶୀର୍ଷ ସ୍ଥାନ ଅଧିକାର ବାରଙ୍ଗ ପାଇଁ ଗୌରବ ଆଣିଛନ୍ତି।  ସେ ଭୁଗୋଳ ଅନର୍ସ ରଖିଥିଲେ। ସେ ୯.୩ CGPA ସର୍ବାଧିକ ନମ୍ବର ରଖି ଶିର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍  ବାପା    ସୁକାନ୍ତ କୁମାର ବେହେରା ଜଣେ ରାଜମସ୍ତ୍ରୀ ।  ମା’ ସ୍ବର୍ଗତ ଗୌରୀ ବେହେରା। ସେ ଘରର ବଡ ଝିଅ ଅଟନ୍ତି। ଘରେ ତାଙ୍କର ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି।  ମା’ ନଥିବାରୁ ସେ ଘରର କାମ କରି ବହୁ କଷ୍ଟରେ ପାଠନ୍ତି। ପରିବାରର ଅର୍ଥିକ ଅବସ୍ଥା ସ୍ବଚ୍ଚଳତା ନଥିବା ଶତ୍ତ୍ବେ ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିଛି।  ମାଟ୍ରିକ, +୨ ପରେ ଏବେ +୩ କଳରେ ମଧ୍ୟ ସଫତା ଅର୍ଜନ କରିଚନ୍ତି। ଅଧିକ ଶିକ୍ଷା ଅର୍ଜନ କରି ଆଗକୁ ବଢିବା ପାଇଁ ଅର୍ଥ ବାଧକ ସାଜିଛି। ତେବେ ସେ ସଫଳତା ଳକ୍ଷରେ ଅଗ୍ରସର ହୋଇ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ ରଖିଛନ୍ତି।

କୁଞ୍ଜବିହାରୀ କଲେଜ ତରଫରୁ ଅଧ୍ୟକ୍ଷ ମାନସରଞ୍ଜନ ପଟ୍ଟନାୟକ ସୁଭଶ୍ରୀଙ୍କୁ ସଫଳତା ପାଇଁ ଫୁଲ ତୋଡା ଓ ନଗଦ ୫ ହଜାର ଟଙ୍କା ପ୍ରାଦନ କରି ଉଜ୍ବଳ ଭିବିଷ୍ୟତ କାମନା କରିଛନ୍ତି। ଉପସ୍ଥିତ ରହି ଡ଼ ସୁରେନ୍ଦ୍ର କୁମାର ସାହୁ,ଅନିଲ କୁମାର ପାଢୀ,ଡ଼ ସୂର୍ଯ୍ୟକାନ୍ତ ପଣ୍ଡା ଓ ଡ଼ ପ୍ରବୀର ମହାନ୍ତିଙ୍କ ସମେତ ଅନ୍ୟମାନେ ମଧ୍ୟ ଶୁଭ କାମନା କରିଛନ୍ତି।

Leave a Reply

Your email address will not be published.