ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା


ଭୁବନେଶ୍ଵର:ନନ୍ଦନକାନନକୁ ଆସିଲା ଏକ ଉଦ୍ଧାର ଅଣ୍ଡିରା ବଜ୍ରକାପ୍ତା । ତାକୁ ଜଗତସିଂହପୁର ରେଞ୍ଜ ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ଉଦ୍ଧାର କରାଯାଇଛି | ଏନେଇ ଜଣକୁ ଗିରଫ କରାଯାଇଛି | Iଜଗତସିଂହପୁର ରେଞ୍ଜ ଠାରୁ ସିଟି ଫୋରେଷ୍ଟ ଡିଭିଜନ, ମଞ୍ଚେଶ୍ୱର କୁ ଅଣାଯାଇଥିଲା | ଏହାକୁ ସିଟି ଫୋରେଷ୍ଟ ଡିଭିଜନ ବିଭାଗ ତରଫରୁ ନନ୍ଦନକାନନକୁ ହସ୍ତାନ୍ତର କରାଯାଇଛି | ନନ୍ଦନକାନନରେ ବଜ୍ରକାପ୍ତାଟିର ଚିକିତ୍ସା କରାଯାଇ ରଖାଯିବ ବୋଲି ଜଣାପଡିଛି । ନନ୍ଦନକାନନର ବଜ୍ରକାପ୍ତା ସଂଖ୍ୟା ମୋଟ ୨୬ ହୋଇଛି।

Leave a Reply

Your email address will not be published.