ପଞ୍ଚୁପାଳ ଗ୍ରାମରେ ପାନ୍ଥଶାଳା ଉତ୍ସର୍ଗୀ କୃତ ଓ ଯୁବ ପିଢୀକୁ ପରିଚାଳନା ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟକ୍ରମ

ବାରଙ୍ଗ:ବାରଙ୍ଗ ବ୍ଲକ ଅନ୍ତର୍ଗତ ପଞ୍ଚୁପାଳ ଗ୍ରମ ବରିଷ୍ଠ ଓ ଯୁବକ ମାନଙ୍କ ସମିଶ୍ରିତ ଉଦ୍ୟମରେ ସୁସ୍ଥ ସମାଜ ଗଠନର ଏକ ଉଦାହରଣ ପାଲଟିଛି। ଏହି ଗ୍ରାମର ଧର୍ମନୁଷ୍ଠାନ ପାର୍ନଉଦ୍ଧାର ସାମାଜିକ ଶୃଙ୍ଖଳା ଆମ ମାନଙ୍କୁ ବିମୋହିତ କରିଛି। ଏ କଥା ଗ୍ରମାର ଐଶାନେଶ୍ଵର ମନ୍ଦିର ପରିସରରେ ନବନିର୍ମିତ ପାନ୍ଥଶାଳା ଉତ୍ସର୍ଗିକୃତ ଉତ୍ସବ ଓ ଗ୍ରାମର ଧର୍ମପଦ ଯୁବପରିଷଦକୁ  ଗ୍ରାମ୍ୟ ପରିଚାଳନା ଦାୟିତ୍ଵ ହସ୍ତାନ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇ  ଅତିଥିମାନେ କହିଛନ୍ତି ।

ପଞ୍ଚୁପାଳ ଗ୍ରାମ ମୁଖିଆ ମନୀନ୍ଦ୍ର ନାଥ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଡ଼ ଅନଙ୍ଗ କୁମାର ଦ୍ୱିବେଦୀ ଓ ଅବସର ପ୍ରାପ୍ତ ଆରକ୍ଷି ଅଧିକ୍ଷକ ଭକ୍ତ ବଲ୍ଲଭ ଦାସ ଯୋଗ ଦେଇଥିଲେ। ଅତିଥିମାନଙ୍କ ଦ୍ୱାରାନବନିର୍ମିତ  ପାନ୍ଥ ଶାଳାକୁ ଉଦଘାଟନ କରାଯିବା ପରେ ଧର୍ମପଦ ଯୁବ ପରିଷଦକୁ ଗ୍ରାମର ବରିଷ୍ଠ ବ୍ୟକ୍ତିମାନେ ଗ୍ରାମ୍ୟ ପରିଚାଳନା ଦାୟୀତ୍ଵ ହସ୍ତାନ୍ତର  କରିଥିଲେ। ଗ୍ରାମର ବରିଷ୍ଠ କର୍ମକର୍ତା ନବ କିଶୋର ଷଡ଼ଙ୍ଗୀ, ବିଷ୍ଣୁ ଚରଣ ଷଡ଼ଙ୍ଗୀ, ମାଗୁଣୀ ଷଡ଼ଙ୍ଗୀ,ସନ୍ତୋଷ ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ଶରତ ବିଶୋଇ,ରମେଶ ବିଶୋଇ, ଭାଗିରଥୀ ବିଶୋଇ,ତ୍ରୖଲୋକ୍ୟ ଭୋଳ,ପାଠାଣି ପ୍ରଧାନ, ନୃସିଂହ ସ୍ଵାଇଁ , ରବିନ୍ଦ୍ର ବିଶୋଇ,ହେମନ୍ତ ବିଶ୍ଵାଳ ପ୍ରମୂଖ ଯୁବ ପରିଷଦର ନୂତନ କର୍ମକର୍ତା ରୁଦ୍ର ନାରାୟଣ ଷଡଙ୍ଗୀ, ପ୍ରଭାତ ବିଶୋଇ,ରଣଜିତ ବିଶୋଇ, ଆଶୁତୋଷ ଷଡ଼ଙ୍ଗୀ, ଚିତ୍ରଶେନ ବିଶୋଇ,ସୁଧିର କୁମାର ଷଡଙ୍ଗୀ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ କର୍ମକର୍ତାମାନଙ୍କୁ ଗ୍ରମା ପରିଚାଳନା ଦାୟିତ୍ବ ହସ୍ତାନ୍ତର କରିଥିଲେ। ଧର୍ମପଦ ଯୁବପରିଷଦର ପ୍ରତିଷ୍ଠାତା ତଥା ସଂଯୋଜକ ପଣ୍ଡିତ ଶେଷଦେବ ଷଡ଼ଙ୍ଗୀ (ଦେବ ନନା) କାର୍ଯ୍ୟକ୍ର ସଂଚାଳନ କରିଥି

Leave a Reply

Your email address will not be published.