ବାରଙ୍ଗରେ ଶ୍ରୀ ଚୈତନ୍ୟଙ୍କ ମୂର୍ତ୍ତୀ ଅନାବରଣ

ବାରଙ୍ଗ: ବାରଙ୍ଗର ବଚ୍ଛିପୁସ୍ଥିତ ପ୍ରାଚୀ ତୀରରେ ଅବସ୍ଥିତ ସଚ୍ଚିଦାନନ୍ଦ ସାରସ୍ଵତ ଆଶ୍ରମ ପରିସରରେ ଚୈତନ୍ୟ ଦେବଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ବାବା ସୁବଳ ଦାସଙ୍କ ପୌରହିତ୍ୟରେ ଏହି ଅବସରରେ ଚୈତନ୍ୟ ଦେବଙ୍କ ପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଇଥିଲ, ଶ୍ରୀ ଚୈତନ୍ୟ ଚରିତାମୃତ, ଶ୍ରୀମଦ୍ଭାଗବତ ଏବଂ ଶ୍ରୀଗୁରୁ ମହାରାଜଙ୍କ ଶୁଚକ ପାଠ କୀର୍ତ୍ତନ ଆଦି ପାରମାର୍ଥିକ ଅନୁଷ୍ଠାନ ମାନ ପର୍ଯ୍ୟାୟ କ୍ରମେ ସମ୍ପାଦିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବାବା ସୁବଳ ଦାସ ପ୍ରଭୁ ଚୈତନ୍ୟ ଦେବଙ୍କ ଜୀବନୀ ଉପରେ ପ୍ରବଚନ ଦେଇ କହିଥିଲେ ପ୍ରଭୁ ଚୈତନ୍ୟ ଦେବ ବାରଙ୍ଗ ମଧୁବନ ଦେଇ ଶ୍ରୀକ୍ଷେତ୍ର ଯାତ୍ରା କରୁଥିବା ବେଳେ ଏହି ସ୍ଥାନରେ ବିଶ୍ରାମ ନେଇଥିଲେ। ତେଣୁ ପ୍ରଭୁଙ୍କ ବିଶ୍ରାମସ୍ଥଳୀକୁ ମୁଖ୍ୟ ପୀଠ ଭାବରେ କରାଯିବା ପାଇଁ ପ୍ରୟାସ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାବା ସୁବଳ ଦାସଙ୍କ ସହିତ ମଧୁପୁର ପଞ୍ଚାୟତର ସରପଞ୍ଚ ସୂମିନା ପ୍ରଧାନ, ବାରଙ୍ଗ ବ୍ଲକର ପୂର୍ବତନ ଚେୟାରମେନ ପ୍ରେମାନନ୍ଦ ସାହୁ, ସମାଜସେବୀ ବସନ୍ତ କୁମାର ମହାପାତ୍ର ଏଲ ଏନ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଶତପଥୀ, ମଧୁବନର ସମାଜସେବୀ ମଣ୍ଟୁ ମାଝୀ, ବିଜୟ କୁମାର ପଣ୍ଡା, ଦେବେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଖପାଖ ଅଞ୍ଚଳର ବୃଦ୍ଧ, ବୃଦ୍ଧା, ମହିଳା ଓ ପିଲାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବାବା ସୁବଳ ଦାସଙ୍କ ପ୍ରବଚନ ମଧ୍ୟମରେ ହରି ରସ ପାନକରିଥିଲେ।

Leave a Reply

Your email address will not be published.