ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ ଘାରିଛି କରୋନା ସଂକ୍ରମଣର ଡର। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମଙ୍ଗଳବାର ୧୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଖଣ୍ଡଗିରିରୁ ୧୪ଜଣ, ପଟିଆରୁ ୧୩ଜଣ, ପୁରୁଣା ଭୁବନେଶ୍ବରରୁ ୯ଜଣ, ରସୁଲଗଡ଼ରୁ ୮ଜଣ, ୟୁନିଟ-୩ରୁ ୭ଜଣ, ନୟାପଲ୍ଲୀରୁ ୬ଜଣ, ଝାରପଡ଼ାରୁ ୫ଜଣ, ଭିମଟାଙ୍ଗିରୁ ୪ଜଣ, ଗଜପତି ନଗରରୁ ୪ଜଣ,ଶୈଳଶ୍ରୀ ବିହାରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୪୫ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୬ଟି ସ୍ଥାନୀୟ ରହିଛି।
ଆଜି ଶୁଦ୍ଧା ମୋଟ ୩୩୮୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ଏଯାବତ ୩୨୩୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୫୦ଜଣଙ୍କର ମୃତ୍ୟୁ ହୋଇଛି। ଆହୁରି ମୋଟ ୧୨୩୬ଟି ସକ୍ରିୟ ରହିଥିବା ଜଣାପଡିଛି।