ବଡ ଘୋଷଣା କରିପାରନ୍ତି ବିଏମସି କମିଶନର

ରାଜ୍ୟରେ ଦୃତ ଗତିରେ ବଢୁଥିବା କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ଲାଗିଛି । କଟକଣା କଡା ସତ୍ତ୍ବେ ତଥାପି ବଢୁଛି ସଂକ୍ରମଣ । ତେବେ ଆଜି ଅପରାହ୍ନ ସାଢେ ୪ଟାରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମୀଳନୀ କରିବେ । ସେ କିଛି ବଡ ଘୋଷଣା କରିପାରନ୍ତି । ଏନେଇ ଅନୁମାନ କରାଯାଉଛି ।


ରାଜ୍ୟରେ ସର୍ବକାଳୀନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାର ଟପିଛି ଆକ୍ରାନ୍ତ ଚିହ୍ନଟ ସଂଖ୍ୟା । ଦିନକରେ ୧୦ ହଜାର ୪୧୩ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ କୋଭିଡ କଟକଣା କିଛି ଲୋକ ମାନୁଥିବା ବେଳେ ଅନେକ ଲୋକ ମାନୁନାହାଁନ୍ତି ।  ପ୍ରତିଦିନ ରାଜଧାନୀରେ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ତେବେ ରାଜଧାନୀରେ କରୋନା ସଂକ୍ରମଣକୁ ଚେକ ଦେବା ପାଇଁ ଆଜି ସାଢେ ୪ଟାରେ ବିଏମସି କମିଶନର କିଛି ପରାମର୍ଶ ଦେବା ସହ ବଡ ଘୋଷଣା କରିପାରନ୍ତି ।

Leave a Reply

Your email address will not be published.