୫୭ ନମ୍ବର ରାଜ୍ୟ ରାଜଥରେ ପାଣି, ଆତଙ୍କିତ ଜନସାଧାରଣ

ବାଲେଶ୍ବର: ବାତ୍ଯାର ପ୍ରଭାବ କମି ଯାଇଛି ସତ, କିନ୍ତୁ ସୋର-କୁପାରୀ ୫୭ ନମ୍ବର ରାଜ୍ଯ ରାଜପଥରେ ପାଣିର ସୁଅ ଛୁଟିବାରେ ଲାଗିଛି । ରିପୋର୍ଟ ସଂଗ୍ରହରୁ ଜଣାଯାଇଛିଯେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସୋର-କୁପାରୀ ରାଜ୍ୟ ରାଜପଥରେ ବନ୍ୟା ପାଣିର ସୁଅ ଦୃତ ଗତିରେ ମାଡି ଚାଲିଛି । ରାସ୍ତା ପାର୍ଶ୍ବରେ ଥିବା ଘର ଓ ଦୋକାନ ଘର ଗୁଡିକରେ ପାଣି ପଶିବା ଆରମ୍ଭ କରି ଦେଇଥିବାରୁ ଲୋକମାନେ ନିଜର ଜିନିଷପତ୍ର ଧରି ପଳାଇ ଆସୁଥିବାର ଦେଖାଯାଇଛି । ଧୀରେ ଧୀରେ ପାଣିର ବେଗ ବୃଦ୍ଧି ପାଉଥିବାରୁ ଜନସାଧାରଣ ଆତଙ୍କିତ ହୋଇ ପଡିଛନ୍ତି । ଅତି ପ୍ରଖର ଗତିରେ ପାଣି ଗାଁ ଆଡକୁ ମାଡି ଚାଲୁଥିବା ଦେଖି ଗାଁ ଲୋକମାନେ ମଧ୍ୟ ଭୟରେ ଗାଁ ଛାଡିବାକୁ ବସିଲେଣି ।

ନିଜର ଜୀବନ ବଞ୍ଚାଇବା ପାଇଁ ଲୋକମାନେ ନିରାପଦ ଜାଗାକୁ ଯିବା ଆରମ୍ଭ କରିଦେଲେଣି । ପାଣିର ପରିମାଣ କେତେଯେ ହେବ, ତାହା ଆକଳନ କରିବା ଅସମ୍ଭବ ହୋଇପଡିଛି । ଯଦି ପାଣିର ପରିମାଣ ଏହିଭଳି ବଢିଚାଲେ ଖଇରା ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାସହ ବହୁ ଧନ ଜୀବନ ବହୁଳ ପରିମାଣରେ କ୍ଷୟକ୍ଷତି ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ । 

ବାଲେଶ୍ବର ରୁ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ ରିପୋର୍ଟ

 

Leave a Reply

Your email address will not be published.